Odia News Portal

ମାର୍ଚ୍ଚ ୧ରୁ ରାଜ୍ୟରେ ବରିଷ୍ଠ ନାଗରିକଙ୍କୁ ଟିକା

ଭୁବନେଶ୍ୱର: ମାର୍ଚ୍ଚ ୧ରୁ କେନ୍ଦ୍ର ସରକାରଙ୍କ ତରଫରୁ ଦ୍ବିତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହେବାକୁ ଯାଉଥିବା ସମୟରେ ରାଜ୍ୟରେ ମଧ୍ୟ ସେହି ସମାନ ତାରିଖରେ ଟିକାକରଣ କରାଯିବ ।ତେବେ ବୟସ୍କଙ୍କୁ ଟିକା ଦେବା ପାଇଁ ବିଏମସି ତାର ଜୋରଦାର ପ୍ରସ୍ତୁତି ଆରମ୍ଭ କରିଦେଇଛି । ବରିଷ୍ଠ ନାଗରିକଙ୍କୁ ଟିକାକରଣ ନେଇ ବିଏମସି କମିଶନରଙ୍କ ସୂଚନା ଦେଇଛନ୍ତି । ୧୦ଟି ଘରୋଇ, ୧୨ଟି ସରକାରୀ ହସ୍ପିଟାଲରେ ଟିକାକରଣ ପ୍ରକ୍ରିୟା କାର୍ଯ୍ୟକାରୀ ହେବ । ୪୫ରୁ ୬୦ବର୍ଷ ବୟସ୍କ ପାଇଁ ଟିକାକରଣ ବ୍ୟବସ୍ଥା କରାଯାଇଛି ।

ତେବେ ଟିକାକରଣ ପାଇଁ ଆରୋଗ୍ୟ ସେତୁ ଦ୍ୱାରା ରେଜିଷ୍ଟ୍ରେସନ କରାଯାଇପାରିବ । ମାର୍ଚ୍ଚ ୧ ତାରିଖରେ ଟିକାକରଣ ପାଇଁ ରେଜିଷ୍ଟ୍ରେସନ କରାଯିବ । ୨ ତାରିଖରୁ ଟିକା ଦିଆଯିବ ।  ଗୋଟିଏ ଦିନରେ ୬୦ ଜଣ ବରିଷ୍ଠ ନାଗରିକଙ୍କୁ ଟିକା ଦିଆଯିବାକୁ ଲକ୍ଷ୍ୟ ରଖାଯାଇଛି । ଜଟିଳ ରୋଗରେ ଆକ୍ରାନ୍ତ ଥିବା ବରିଷ୍ଠ ନାଗରିକଙ୍କର ସ୍ବାସ୍ଥ୍ୟ ପରୀକ୍ଷା ପରେ ଟିକା ନେଇ ନିଷ୍ପତ୍ତି ନିଆଯିବ ବୋଲି ବିଏମସି କମିଶନର କହିଛନ୍ତି । ରେଜିଷ୍ଟ୍ରେସନ କଲା ପରେ ନିଜ ଇଚ୍ଛାରେ କେନ୍ଦ୍ର ବାଛିପାରିବେ ଟିକା ନେଉଥିବା ବ୍ୟକ୍ତି । ସେହିଭଳି ସରକାରୀ କେନ୍ଦ୍ରରେ ଟିକା ନେଲେ କୌଣସି ଅର୍ଥ ଦେବାକୁ ପଡୁ ନଥିବା ସମୟରେ ଘରୋଇ ହସ୍ପିଟାଲରେ ଟିକା ନେଲେ କିଛିଟା ଅର୍ଥ ଦେବାକୁ ପଡିବ ।