Odia News Portal

କ୍ୟାପିଟାଲ ହସ୍ପିଟାଲରେ ଟିକାକରଣ

ଭୁବନେଶ୍ୱର: କରୋନା ବିରୁଦ୍ଧରେ ମହାସମର | ସାରା ଦେଶ ସମେତ ରାଜ୍ୟରେ ଆରମ୍ଭ ହୋଇଛି ଟିକାକରଣ । ରାଜ୍ୟରେ ପ୍ରଥମେ କ୍ୟାପିଟାଲ ହସ୍ପିଟାଲରେ ଆରମ୍ଭ ହୋଇଛି ଟିକାକରଣ |ତେବେ ପ୍ରଥମେ ଜଣେ ସଫେଇ କର୍ମଚାରୀଙ୍କୁ ଦିଆଯାଇଛି କରୋନା ମହାମାରୀର ପ୍ରଥମ ଟିକା। ପ୍ରଥମ ପର୍ଯାୟରେ ପ୍ରାୟ ରାଜ୍ୟର ୧ ଲକ୍ଷ ୯୨ ହଜାର ସ୍ୱାସ୍ଥ୍ୟ କର୍ମୀଙ୍କୁ କରୋନା ଟିକା ଦିଆଯିବ । ଏଥିନିମନ୍ତେ ରାଜ୍ୟର ସମସ୍ତ ୧୬୧ଟି କେନ୍ଦ୍ରରେ ସବୁ ପ୍ରକାର ପ୍ରସ୍ତୁତି ସରିଛି । ସମସ୍ତ ଜିଲ୍ଲା ଓ କୋଲ୍ଡ ଚେନ୍ ପଏଣ୍ଟରେ ପହଞ୍ଚିସାରିଛି କରୋନା ଟିକା ।

ଭୁବନେଶ୍ୱରର ମୋଟ୍ ୬ଟି ହସ୍ପିଟାଲ୍ ସହ ରାଜ୍ୟର ୧୬୧ କେନ୍ଦ୍ରରେ ଟିକାକରଣ ହେବ । ପୂର୍ବରୁ ଏଥିନିମନ୍ତେ କ୍ୟାପିଟାଲ ହସ୍ପିଟାଲ, ବିଏମ୍‌ସି ହସ୍ପିଟାଲ, ୟୁନିଟ-୪ ସହରାଞ୍ଚଳ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର , ସମ୍‌ ହସ୍ପିଟାଲ ଓ କିମସ୍‌ରେ ଟିକାକରଣ ନିମନ୍ତେ ନିଷ୍ପତ୍ତି ନିଆଯାଇଥିବା ବେଳେ ପରେ ଏଥିରେ ଭୁବନେଶ୍ୱର ଏମ୍ସକୁ ବି ସାମିଲ କରାଯାଇଛି। ଟିକାକରଣ ସମୟରେ ଗଞ୍ଜାମ, ସୁନ୍ଦରଗଡ଼ ଓ କ୍ୟାପିଟାଲ୍ ହସ୍ପିଟାଲରୁ ଫିଡବ୍ୟାକ୍‌ ନେବେ ମୁଖ୍ୟମନ୍ତ୍ରୀ ।