Odia News Portal

ଦେଶରେ ଟିକାକରଣର ଶୁଭାରମ୍ଭ

ନୂଆଦିଲ୍ଲୀ: ସାରା ଦେଶରେ ଆରମ୍ଭ ହେଲା କରୋନା ଟିକାକରଣର ମହାସମର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକକଲ୍ୟାଣ ମାର୍ଗରୁ ଟିକା ଅଭିଯାନର ଶୁଭାରମ୍ଭ କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ ଦେଶରେ କୋଭିଡ୍ ଯୋଦ୍ଧା ଓ ଫ୍ରଣ୍ଟଲାଇନ୍ କର୍ମଚାରୀଙ୍କୁ ଟିକା ଦିଆଯାଉଛି । ଦେଶର ସମୁଦାୟ ୩୦୦୦ କେନ୍ଦ୍ରରେ ଟିକାକରଣ ପ୍ରକ୍ରିୟା ଚାଲିଛି ।

ପ୍ରଥମ ଦିନରେ ପ୍ରାୟ ୩ ଲକ୍ଷ କୋଭିଡ୍ ଯୋଦ୍ଧାଙ୍କୁ ଟିକାକରଣ କରାଯିବ। ଟିକାକରଣ ପ୍ରକ୍ରିୟାର ସମୟ ୧୦ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଚାଲିବ। ଏହି କାର୍ଯ୍ୟକ୍ରମ ପ୍ରତ୍ୟେକ ଦିନ ଜାରି ରହିବ। ପରବର୍ତ୍ତୀ ପର୍ଯ୍ୟାୟରେ ୫ ହଜାର କେନ୍ଦ୍ରରେ ଟିକାକରଣ କାର୍ଯ୍ୟକ୍ରମ କରିବା ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି। ଦେଶବାସୀଙ୍କୁ ଦୁଇଟି ଟିକା ଦିଆଯିବ କୋଭିସିଲ୍ଡ ଓ କୋଭାକସିନ୍ ।

ସରକାରଙ୍କ ଦ୍ୱାରା ଦିଆଯାଇଥିବା ନିର୍ଦ୍ଦେଶ ଅନୁଯାୟୀ, କରୋନା ଟିକା କେବଳ ୧୮ ବର୍ଷ ଏବଂ ତାଠାରୁ ଅଧିକ ବୟସର ଲୋକଙ୍କୁ ଦିଆଯିବ। ୧୮ ବର୍ଷରୁ କମ ବୟସ୍କଙ୍କୁ କରୋନା ଟିକା ବାରଣ କରାଯାଇଛି । ଏହାସହ ଗର୍ଭବତୀ, ସ୍ତନ୍ୟପାନ କରାଉଥିବା ମା’, ଅସୁସ୍ଥ ଲୋକ, ୧୪ ଦିନ ଭିତରେ ଅଲଗା ଟିକା ନେଇଥିବା ରୋଗୀ, କରୋନା ସଂକ୍ରମିତଙ୍କୁ କରୋନା ଟିକା ମନା କରାଯାଇଛି। ତେବେ ଟିକାକରଣ ପାଇଁ ରାଜଧାନୀର ୬ଟି ହସ୍ପିଟାଲକୁ ଚୟନ କରାଯାଇଛି ।