Odia News Portal

ପୁଣିଥରେ ମନ୍ତ୍ରୀ ଓ ବିଧାୟକଙ୍କ ହେବ କରୋନା ଟେଷ୍ଟ

ଭୁବନେଶ୍ୱର: ପୁଣି ମନ୍ତ୍ରୀ ଓ ବିଧାୟକଙ୍କ ହେବ କୋଭିଡ ଟେଷ୍ଟ । ଏନେଇ ବିଧାନସଭାର ସବୁ ସଦସ୍ୟଙ୍କୁ ବିଧାନସଭା ସଚିବ ଚିଠି କରିଛନ୍ତି । ଆସନ୍ତା ୧୦ ଓ ୧୧ ତାରିଖରେ ବିଧାନସଭା ପରିସରରେ ସମସ୍ତଙ୍କ ଆରଟିପିସିଆର ଟେଷ୍ଟ କରାଯିବ । ବିଧାୟକ, ସେମାନଙ୍କ ଡ୍ରାଇଭର, ପିଏସଓ, ଅଫିସର ଓ କର୍ମଚାରୀଙ୍କର ମଧ୍ୟ କୋଭିଡ ଟେଷ୍ଟ କରାଯିବ ।