Odia News Portal

ରାଜ୍ୟରେ ପହଞ୍ଚିବ କୋଭିସିଲ୍ଡ ଟିକାର ଆଉ ଏକ ଲକ୍ଷ ଡୋଜ୍‌

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ଟିକାକରଣ । ପ୍ରଥମେ ପ୍ରଥମେ ଲୋକେ ଟିକା ନେବାଲାଗି ଡରୁଥିବା ଏବେ ଆଗ୍ରହର ସହ ଟିକା ନେଉଥିବା ଦେଖିବାକୁ ମିଳୁଛି । ବୁଧବାର ରାଜ୍ୟରେ ପହଞ୍ଚିବ କୋଭିସିଲ୍ଡ ଟିକାର ଆଉ ୧ ଲକ୍ଷ ଡୋଜ । ଜୁନ ମାସରେ ୧୯ ଲକ୍ଷ୫୮ହଜାର ୩୭୦ ଟିକା ରାଜ୍ୟକୁ କେନ୍ଦ୍ର ସରକାର ପ୍ରଦାନ କରିଛନ୍ତି। ଜୁନ୍ କୋଟା ସରିଯିବା ପରେ ରାଜ୍ୟ ସରକାର ଆଉ ୬ ଲକ୍ଷ ଡୋଜ ଦେବାକୁ ଅନୁରୋଧ କରିଥିଲେ । ଜୁନ ମାସର କୋଟା ଅନୁସାରେ କୋଭାକ୍ସିନ ଟିକା ୪ ଲକ୍ଷ ୩୧ହଜାର ୧୩୦ଡୋଜ ଆସିବା କଥା। ବର୍ତ୍ତମାନ ସୁଦ୍ଧା ୩,୪୦,୮୫୦ ଆସିଛି । ଆଉ ୯୦ହଜାର ୨୮୦ ଆସି ନଥିବା ସୂଚନା ଦେଇଛନ୍ତି ପରିବାରକଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ।