Odia News Portal

ପାରଳାଖେମୁଣ୍ଡିରେ ପହଁଞ୍ଚିଲା କ୍ରାଇମବ୍ରାଞ୍ଚର ୪ଜଣିଆ ଟିମ୍‌

ବହୁ ଚର୍ଚ୍ଚିତ ସୌମ୍ୟରଞ୍ଜନ ମୃତ୍ୟୁ ଘଟଣାର ତଦନ୍ତ ପାଇଁ ପାରଳାଖେମୁଣ୍ଡିରେ ପହଞ୍ଚିଲେ କ୍ରାଇମବ୍ରାଞ୍ଚର ୪ ଜଣିଆ ଟିମ୍ । ତଦନ୍ତରେ ପାରଳାଖେମୁଣ୍ଡି ପୋଲିସକୁ ସହଯୋଗ କରିବା ନିମନ୍ତେ କ୍ରାଇମବ୍ରାଞ୍ଚ ଟିମ୍ ପହଞ୍ଚିଛି । ଡିଏସପି ବିଜୟ ମଲ୍ଲିକଙ୍କ ନେତୃତ୍ବରେ ପାରଳାଖେମୁଣ୍ଡିରେ ଗଜପତି ଏସପିଙ୍କୁ ସାକ୍ଷାତ କରି ଘଟଣା ସମ୍ପର୍କରେ ଆଲୋଚନା କରିଛନ୍ତି । ଘଟଣାର ଗଭୀରତାର ଦୃଷ୍ଟିରେ ରଖି ତଦନ୍ତକୁ ଜୋରଦାର କରିବା ପାଇଁ ସହଯୋଗ କରିବ ଏହି ଟିମ୍ ।  

ଘଟଣାସ୍ଥଳ ଅନୁଧ୍ୟାନ କରିବା ପରେ ବର୍ତ୍ତମାନ ସୁଦ୍ଧା ପୋଲିସ ନିକଟରେ ରହିଥିବା ଦସ୍ତାବିଜ ଓ ପ୍ରମାଣକୁ ଆଧାର କରି ତଦନ୍ତ ଅଗ୍ରସର ହେବ । କିନ୍ତୁ ତଦନ୍ତକାରୀ ଅଧିକାରୀଙ୍କ ସହ ଆଲୋଚନା ପରେ ତଦନ୍ତର ଦିଗ ଜଣାପଡିବ ବୋଲି କହିଛନ୍ତି ଡିଏସପି ବିଜୟ କୁମାର ମଲ୍ଲିକ ।