Odia News Portal

ନେତାଜୀ ଟର୍ମିନାଲ ପାଇଁ ପଥ ପରିଷ୍କାର

କଟକ: କଟକ ଅତ୍ୟାଧୁନିକ ବସ ଟର୍ମିନାଲ ମାମଲାକୁ ଖାରଜ କଲେ ହାଇକୋର୍ଟ । ଖାନନଗରରେ ବସ୍ ଟର୍ମିନାଲ ନେଇ ହୋଇଥିବା ଜନସ୍ୱାର୍ଥ ମାମଲା ହାଇକୋର୍ଟରେ ଖାରଜ ହୋଇଛି । ଏହା ରାଜ୍ୟ ସରକାରଙ୍କ ନିଷ୍ପତ୍ତି ହୋଇଥିବାରୁ ଏହା ଉପରେ ହସ୍ତକ୍ଷେପ କରିବାକୁ ମନା କରିଦେଇଛନ୍ତି ହାଇକୋର୍ଟ । ରାଜ୍ୟସରକାରଙ୍କ ପକ୍ଷରୁ ଆଡଭୋକେଟ ଜେନେରାଲ କୋର୍ଟରେ ଯୁକ୍ତି ରଖିଥିଲେ । ବସ ଟର୍ମିନାଲ ନିର୍ମାଣ ହେଲେ ବିଭିନ୍ନ ସମସ୍ୟା ଦେଖାଦେବ ବୋଲି ଆବେଦନକାରୀ ଦର୍ଶାଇଥିଲେ ଥିଲେ ।

ଗତ ଫେବୃଆରୀ ୨ ତାରିଖରେ ବସ ଟର୍ମିନାଲ ନିର୍ମାଣ କାର୍ୟ୍ୟରେ ଅଙ୍କୁଶ ଲଗାଇଥିଲେ ମାନ୍ୟବର ହାଇକୋର୍ଟ । ବସ ଟର୍ମିନାଲ ପାଇଁ ଚିହ୍ନଟ ଜମିରୁ କିଛି ଅଂଶ କାଳୀ ମନ୍ଦିର ଜମି ରହିଛି । ଚିହ୍ନଟ ମନ୍ଦିର ଜମି ଉପରେ ସ୍ଥିତାବସ୍ଥା ଜାରି କରିଥିଲେ କୋର୍ଟ । ୧୧ ଏକର ଜମିରୁ ୩ ଏକର ଜମି ମନ୍ଦିରର ରହିଛି ବୋଲି କୁହାଯାଇଥିଲା ।ତେବେ କାଳୀ ମନ୍ଦିର ଜମି ବ୍ୟତୀତ ଅନ୍ୟ ଜମି ଗୁଡ଼ିକରୁ ସ୍ଥିତାବସ୍ଥା ହଟାଯାଇଛି | ଏନେଇ ହାଇକୋର୍ଟରେ ମାମଲା ଶୁଣାଣି ହୋଇଥିଲା ।ଟର୍ମିନାଲକୁ ନେଇ ଦାୟର ହୋଇଥିଲା ୨ଟି ମାମଲା ।୨ଟି ମାମଲାର ଆଜି ଏକତ୍ର ଶୁଣାଣି ହୋଇଛି ।