କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ଆନୁକୂଲ୍ୟରେ ପରିଚାଳିତ ଦଶମ ଶ୍ରେଣୀ ପରୀକ୍ଷାରେ ଡିଏଭି ପୋଖରୀପୁଟର ବିଦ୍ୟାର୍ଥୀ ଅପୂର୍ବ ସଫଳତା ହାସଲ କରି ବିଦ୍ୟାଳୟର ଗୌରବ ଅକ୍ଷୁଣ୍ଣ ରଖିଛନ୍ତି । ଚଳିତ ବର୍ଷ ବିଦ୍ୟାଳୟର ସାମଗ୍ରିକ ସଫଳତା ୮୮.୫୮ ପ୍ରତିଶତ ରହି ବିଦ୍ୟାଳୟ ପାଇଁ ଏକ ନୂତନ କୀର୍ତ୍ତିସ୍ତମ୍ଭ ସ୍ଥାପନ କରିଛି ଯାହାକି ପୂର୍ବ ତିନିବର୍ଷ ତୁଳନାରେ ସର୍ବାଧିକ । ବିଦ୍ୟାଳୟର ମୋଟ ୧୮୦ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୧୦୮ ଜଣ ବିଦ୍ୟାର୍ଥୀ ୯୦% ରୁ ଊର୍ଦ୍ଧ୍ୱ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି । ଆୟୁଷୀ ଦାଶ ୯୯.୮୦% ନମ୍ବର ସହ ପ୍ରଥମ, ଅନ୍ୱେଷା ପଣ୍ଡା, ମୃଣାଳ ରାଉତ, ନିଖିଲେଶ ପ୍ରସାଦ ରଥ ୯୯.୪୦% ରେ ଦ୍ୱିତୀୟ ଏବଂ ୯୯.୨୦% ନମ୍ବର ସହ ଶ୍ରେୟା ମିଶ୍ର ଓ ଅକ୍ଷିତା ମହାନ୍ତି ଯୁଗ୍ମ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ବିଦ୍ୟାଳୟ ସ୍ତରରେ ପ୍ରଥମ ତିନୋଟି ସ୍ଥାନ ଅଧିକାର କରିଥିବା ବିଦ୍ୟାର୍ଥୀମାନେ ନିଜ ସଫଳତା ପାଇଁ ମାତାପିତା, ଅଧ୍ୟକ୍ଷ ଶ୍ରୀ ବିପିନ କୁମାର ସାହୁ, ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ ତଥା ଈଶ୍ୱରଙ୍କ ଆଶୀର୍ବାଦରୁ ଏହା ସମ୍ଭବ ହୋଇଛି ବୋଲି କହିଛନ୍ତି । ଅଧିକାଂଶ ଛାତ୍ରଛାତ୍ରୀ ବିଷୟଭିତ୍ତିକ ଶତପ୍ରତିଶତ ନମ୍ବର ରଖି ନିଜ ଦକ୍ଷତାର ପରିଚୟ ଦେଇଛନ୍ତି । ବିଦ୍ୟାଳୟର ଏହି ସଫଳତା ପାଇଁ ଚେୟାରମ୍ୟାନ୍ ଶ୍ରୀଯୁକ୍ତ ମଦନ ମୋହନ ପଣ୍ଡା, ଡିଏଭି ବିଦ୍ୟାଳୟ ସମୂହ ଓଡ଼ିଶାର ଆଞ୍ଚଳିକ ନିର୍ଦ୍ଦେଶକ ଡ. କେ.ସି. ଶତପଥୀ ଏବଂ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ବିପିନ କୁମାର ସାହୁ ଛାତ୍ରାଛାତ୍ରୀ, ଅଭିଭାବକ ଓ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
