କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡା ବ୍ଲକ ସାମୁଦ୍ରିକ ଥାନା ଜମ୍ବୁ ଅଞ୍ଚଳରେ ସଂଘବଦ୍ଧ ଭାବରେ ମରଣାନ୍ତକ ଆକ୍ରମଣ। ଏହି ଆକ୍ରମଣ ଘଟଣାର ୧ ମିନିଟ ୫୨ ସେକେଣ୍ଡର ଭିଡିଓ ଏବେ ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଛି।ଏହି ବ୍ଲକ ଖରିନାସୀ ପଞ୍ଚାୟତ ୧୩ ନଂ ୱାର୍ଡ ର ମନୋରଞ୍ଜନ ଗିରି ଏବଂ ସ୍ତ୍ରୀ ସାରଥୀ ଗିରିଙ୍କ ମଧ୍ଯରେ ଗତକାଲି ସକାଳେ କୌଣସି କାରଣକୁ ନେଇ ପାରିବାରିକ କଳହ ହୋଇଥିଲା।ମନୋରଞ୍ଜନ ସ୍ତ୍ରୀ ସାରଥି ଗିରିଙ୍କୁ ମାରଧର ମଧ୍ୟ କରିଥିଲେ।ଝିଅକୁ ମାଡ଼ ଘଟଣାକୁ ନେଇ ମନୋରଞ୍ଜନଙ୍କ ଶଶୁରଘର ଲୋକେ ଜମ୍ବୁରୁ ୨୫ ରୁ ୩୦ ଜଣ ଲୋକ ଖରିନାସୀ ଆସି ଜ୍ବାଇଁ ମନୋରଞ୍ଜନକୁ ତାଙ୍କ ଘରେ ସଂଘବଦ୍ଧ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ମନୋରଞ୍ଜନ ଗୁରୁତର ଆହତ ହୋଇ ଜିଲ୍ଲା ମୁଖ୍ଯ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ମନୋରଞ୍ଜନଙ୍କର ଗୋଡ,ମୁହଁ ଓ ମୁଣ୍ଡରେ ଗଭିର ଆଘାତ ଲାଗିଥିବା ବେଳେ ବାମପଟ ଗୋଡର ପାଦ ଉପରକୁ ରଶି ବନ୍ଧା ଯାଇଥିବା ରଶି ଚିହ୍ନ ମଧ୍ଯ ଜଳଜଳ କରି ଦିଶୁଛି । ସାମୁଦ୍ରିକ ଥାନା ଜମ୍ବୁ ପୋଲିସ ଜ୍ବାଇଁ ମନୋରଞ୍ଜନ ଗିରି କୁ ଉଦ୍ଧାର କରି ଡାକ୍ତର ଖାନା ପଠାଇଛି। ଉଭୟଙ୍କ ପକ୍ଷରୁ ସାମୁଦ୍ରିକ ଥାନା ଜମ୍ବୁ ରେ ଦୁଇଟି ଲିଖିତ ଅଭିଯୋଗ ହୋଇଛି ମନୋରଞ୍ଜନ ଙ୍କୁ ଆକ୍ରମଣ ଘଟଣାର ପ୍ରତ୍ୟକ୍ଷଦର୍ଶୀ ପ୍ରତିକ୍ରିୟା ରଖି ଅର୍ଚ୍ଚନା ପୁଡୁଆ କହିଛନ୍ତି,”ଲାଗୁଛି ପୋଲିସ ନିକଟରେ ଥିବା କ୍ଷମତା ଓ ଆଇନି ଉପରୁ ସାଧାରଣ ଲୋକ ମାନଙ୍କର ଭୟ ଉଠିଣଲାଣି। ଯଦି ପୋଲିସ ମନୋରଞ୍ଜନ ଙ୍କୁ ଉଦ୍ଧାର ନକରିଥାନ୍ତେ ତେବେ ମନୋରଞ୍ଜନ ମରିଯାଇଥାନ୍ତା” ବୋଲି କହିଛନ୍ତି।ଏହି ଘଟଣାକୁ ନେଇ ସାମୁଦ୍ରିକ ଥାନା ଜମ୍ବୁ ଥାନାଧିକାରୀଣୀଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ସେ ଘଟଣା ସମ୍ପର୍କରେ ତଦନ୍ତ ଚାଲିଥିବା ବେଳେ କୌଣସି ପ୍ରତିକ୍ରିୟା ଦେଇପାରିବେ ନାହିଁ ବୋଲି କହିଛନ୍ତି।
