Odia News Portal

ବାଣପୁର ଉପକାରାଗାରରେ ବିଚାରଧୀନ କଏଦୀଙ୍କ ମୃତ୍ୟୁ

ବାଣପୁର ଉପକାରାଗାରରେ ବିଚାରଧୀନ କଏଦୀଙ୍କ ମୃତ୍ୟୁ ।  ମୃତକ ଜଣକ ବାଣପୁର ଥାନା ବାହାଡାଖୋଲା ଶାନ୍ତିନଗରର ଶଠ ରାଉତରାୟ ।  ତାଙ୍କ ବୟସ ୮୫ ବର୍ଷ ବୋଲି ଜଣାପଡ଼ିଛି ।  କଏଦୀ ଜଣକ ବ୍ରହ୍ମପୁର ଏମକେସିଜି ମେଡିକାଲ ଚିକିତ୍ସିତ ହୋଇ ପାଞ୍ଚଦିନ ପରେ ଗତ କାଲି ସନ୍ଧ୍ୟାରେ ଜେଲକୁ ଫେରିଥିଲେ ।  ଆଜି ସକାଳେ ଶୌଚ କରିବାକୁ ବାଥରୁମ ଯାଇଥିବା ସମୟରେ ସେଠାରେ ଅସୁସ୍ଥ ହୋଇ ପଡ଼ି ଯାଇଥିଲେ ।  ଜେଲ କର୍ତ୍ତୃପକ୍ଷ ତାଙ୍କୁ ଉଦ୍ଧାର କରି ବାଣପୁର ମେଡିିକାଲରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ ।  ବାଣପୁର ପୋଲିସ ଖବର ପାଇ ମେଡିକାଲରେ ପହଞ୍ଚି ମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛି ।  ୨୦୨୪ ମସିହାରୁ ସେ ଜେଲରେ ବିଚାରାଧୀନ କଏଦୀ ଭାବେ ରହିଥିଲେ ।