Odia News Portal

ଧବଳେଶ୍ଵର ପୀଠରେ ସର୍ବସାଧାରଣ ଦର୍ଶନ

କଟକ: କରୋନା କଟକଣା ଭିତରେ ଆଜିଠାରୁ ସର୍ବସାଧାରଣଙ୍କ ଦର୍ଶନ ନିମନ୍ତେ ଖୋଲିଲା କଟକ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ବାବା ଧବଳେଶ୍ଵରଙ୍କ ମନ୍ଦିର । ଆଜିଠାରୁ ସର୍ବସାଧାରଣ ପ୍ରଭୁଙ୍କ ଦର୍ଶନ କରିପାରିବେ। ଗୋଟିଏ ଥରରେ ୫୦ ଜଣ ଭକ୍ତ ୬ଫୁଟ ଦୂରତା ମଧ୍ୟରେ ରହି ମନ୍ଦିର ପରିସରରେ ଦର୍ଶନ କରିବେ ।  ଏନେଇ ଆଠଗଡ ଉପଜିଲ୍ଲାପାଳଙ୍କ ସଭା ଗୃହରେ ବାବା ଧବଳେଶ୍ଵରଙ୍କ ମନ୍ଦିର ଖୋଲିବା ପାଇଁ ବୈଠକ ବସିଥିଲା ।

ସୂଚନା ଅନୁସାରେ, କୋଭିଡ ନିୟମ ଅନୁସାରେ ଗତ ୮ତାରିଖରେ ପୂଜକଙ୍କ ପରିବାର , ୯ ଓ ୧୦ ତାରିଖରେ ମଞ୍ଚେଶ୍ୱର ପଞ୍ଚାୟତବାସୀ ବାବା ଧବଳେଶ୍ୱରଙ୍କ ଦର୍ଶନ କରିସାରିଛନ୍ତି । ଆଜିଠାରୁ ସର୍ବସାଧାରଣ ଦର୍ଶନ କରିପାରିବେ। ଗୋଟିଏ ଥରରେ ୫୦ ଜଣ ଭକ୍ତ ୬ଫୁଟ ଦୂରତା ରହି ମନ୍ଦିର ପରିସରରେ ଦର୍ଶନ କରିବେ ବୋଲି ଆଠଗଡ ଉପଜିଲ୍ଲାପାଳଙ୍କ ବୈଠକରେ ନିଷ୍ପତ୍ତି ହୋଇଛି। ତେବେ ଦର୍ଶନ ସମୟରେ କରୋନା କଟକଣା ମାନିବା ସହ ଭକ୍ତ ଓ ପୂଜକ ମୁହଁରେ ମାସ୍କ୍ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି।