Odia News Portal

ଧମେନ୍ଦ୍ର ପ୍ରଧାନଙ୍କୁ ଉତ୍ତରପ୍ରଦେଶ ପ୍ରଭାରୀ ଦାୟିତ୍ୱ

ନୂଆଦିଲ୍ଲୀ: ନିର୍ବାଚନ ପୂର୍ବରୁ ଧମେନ୍ଦ୍ର ପ୍ରଧାନଙ୍କୁ ଗୁରୁ ଦାୟିତ୍ୱ । ୨୦୨୨ ନିର୍ବାଚନକୁ ଦୃଷ୍ଟିରେ ରଖି ଧମେନ୍ଦ୍ରଙ୍କୁ ଉତ୍ତରପ୍ରଦେଶର ପ୍ରଭାରୀ ଦାୟିତ୍ୱ ଦିଆଯାଇଛି । ୪୦୩ ଟି ଆସନର ଦାୟିତ୍ୱ ପ୍ରଧାନଙ୍କ ଦାଇତ୍ୱରେ ରହିବ । ତେବେ ଦଳ ପକ୍ଷରୁ ପ୍ରଧାନଙ୍କ ଡେପୁଟି ଭାବରେ ଅନୁରାଗ ସିଂ ଠାକୁର, ଅର୍ଜୁନ ମେଘୱାଲ, ସରୋଜ ପାଣ୍ଡେ, ଶୋଭା କରନ୍ଦଲାଜେ, କ୍ୟାପଟେନ ଅଭିମନ୍ୟୁ, ଅନ୍ନପୂର୍ଣ୍ଣା ଦେବୀ ଏବଂ ବିବେକ ଠାକୁର ରହିବେ ।

ସେହିପରି ପଞ୍ଜାବ ପାଇଁ ଜଳ ଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂ ସେଖାୱତଙ୍କୁ ପଞ୍ଜାବ ପ୍ରଭାରୀ ଦାଇତ୍ୱ ଦିଆଯାଇଛି । ତେବେ ସେଖାୱତଙ୍କ ସହେଯାଗ କରିବାକୁ ୧୧୭ ଟି ଆସନ ପରିଚାଳନା ପାଇଁ ହାର୍ଦ୍ଦିକ ସିଂ ପୁରୀ, ମୀନାକ୍ଷୀ ଲେଖୀ ଏବଂ ବିନୋଦ ଚାୱଡାଙ୍କୁ ସେଖାୱାତଙ୍କ ଡେପୁଟି ଭାବରେ ନିଯୁକ୍ତ କରାଯାଇଛି।

ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲଦ ଯୋଶୀଙ୍କୁ ଉତ୍ତରପ୍ରଦେଶର ଦାୟିତ୍ୱ ଦିଆଯାଇଛି ଏବଂ ଡେପୁଟିମାନେ ଲକେଟ୍ ଚାଟାର୍ଜୀ, ସର୍ଦ୍ଦାର ଆର.ପି ସିଂହ ହେବେ, ଯେଉଁମାନେ ସେମାନଙ୍କୁ ୭୦ ବିଧାନସଭା ଆସନ ପରିଚାଳନାରେ ସାହାଯ୍ୟ କରିବେ