Odia News Portal

ଶିଶୁମାନେ ସଂକ୍ରମିତ ହେବାର ଆଶଙ୍କା ଅଧିକ : DMET

ଭୁବନେଶ୍ଵର : କେନ୍ଦ୍ରର ତଥ୍ୟ ଅନୁସାରେ ଦେଶରେ ୧୨ ପ୍ରତିଶତ ଶିଶୁ କରୋନା ସଂକ୍ରମିତ ହେଉଛନ୍ତି। ଶିଶୁଙ୍କ ସିଭିୟରିଟି ଆଶଙ୍କା କମ୍ ରହିଛି। ସଂକ୍ରମଣ ଉପର ମୁଁହା ହେଲେ କୌଣସି ଲହର ଆସିଲା ବୋଲି ଜଣା ପଡିବ। ଏବେ ସେମିତି ଅବସ୍ଥା ନାହିଁ । ୧୮ ବର୍ଷରୁ ଉର୍ଦ୍ଧ୍ଵ ପ୍ରାୟ ସମସ୍ତେ ଟିକା ନେଇ ସାରିଲେଣି । ତେଣୁ ଶିଶୁଙ୍କୁ ସଂକ୍ରମଣ ହେବାର ଅଧିକ ସମ୍ଭାବନା ରହିଛି ବୋଲି ଡିଏମଇଟି ସିବିକେ ମହାନ୍ତି ପ୍ରତିକ୍ରିୟା ରଖିଛନ୍ତି।

ଡିଏମଇଟି ପୁଣି କହିଛନ୍ତି ଯେ, ଶିଶୁଙ୍କୁ ସୁରକ୍ଷିତ ପରିସରରେ ରଖିବାକୁ ପଡିବ । ସ୍କୁଲ ଖୋଲିଥିବାରୁ ସ୍କୁଲ ପରିସରରେ କୋଭିଡ୍ ପ୍ରୋଟୋକଲ ଉପରେ ଗୁରୁତ୍ଵ ଦେବାକୁ ହେବ । ଅଭିଭାବକ ଓ ଶିକ୍ଷକ ଅଧିକ ସତର୍କ ରହିବା ଉଚିତ୍। ସେମାନେ ଭାକ୍ସିନ ନେବା ଦରକାର । ଆଗକୁ ୦ ରୁ ୧୮ ବର୍ଷ ବୟସ ଶିଶୁଙ୍କ ସଂକ୍ରମଣ ସଂଖ୍ୟା ବଢିବାର ସମ୍ଭାବନା ରହିଛି ।