Odia News Portal

ଦରକାର ନଥିଲେ ମେଡିକାଲ କୁ ଆସନ୍ତୁ ନାହିଁ

ରାଜ୍ୟର ସବୁ ହସ୍ପିଟାଲ, ମେଡିକାଲ କଲେଜ ପାଇଁ ନୂଆ ଗାଇଡଲାଇନ ଆସିଛି । ହସ୍ପିଟାଲରେ ସବୁବେଳେ ଗହଳି ଚହଳି ଲାଗି ରହିଥାଏ । ତେଣୁ ସେଠାରେ ସଂକ୍ରମଣର ଆଶଙ୍କା ଅଧିକ ରହିଛି । ତେଣୁ ଅତି ଦରକାର ନଥିଲେ ରୋଗୀମାନେ ହସ୍ପିଟାଲକୁ ବାରମ୍ବାର ଆସନ୍ତୁ ନାହିଁ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ଯେଉଁମାନଙ୍କ ସାଧାରଣ ରୋଗ ରହିଛି, ସେମାନଙ୍କ ଲାଗି ଟେଲିମେଡିସିନ ସେବା ଆରମ୍ଭ ହୋଇଛି । ସେଠାରେ ଯୋଗାଯୋଗ କରି ସେମାନେ ଔଷଧ ନେଇପାରିବେ । ଏମିତିକି ଓପିଡିରେ ଆଟେଣ୍ଡାନ୍ସ ମଧ୍ୟ କମାଇବାକୁ ବି କୁହାଯାଇଛି । ହସ୍ପିଟାଲରେ ମାଇନର ସର୍ଜରୀ ନୁହେଁ, ଏବେ କେବଳ ଜରୁରୀକାଳୀନ ସର୍ଜରୀକୁ ପ୍ରାଥମିକତା ଦିଆଯିବ ।
ଯେପରି ରାଜ୍ୟରେ ସଂକ୍ରମଣ ନ ବଢ଼ିବ, ସେଥିଲାଗି ଏଭଳି କଟକଣା ଲଗୁକରାଯାଇଛି । ଏହି କଟକଣା ରୋଗୀଙ୍କ ଭଲ ପାଇଁ କରାଯାଇଥିବା କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।