Odia News Portal

‘ସିଟି ଅଫ୍ ଜଏ’ ର ଲେଖକ ଡୋମିନିକ୍ ଲାପିୟରଙ୍କ ପରଲୋକ

ପ୍ରସିଦ୍ଧ ଫରାସୀ ଲେଖକ ଡୋମିନିକ୍ ଲାପିୟରଙ୍କ ୯୧ ବର୍ଷ ବୟସରେ ପରଲୋକ ହୋଇଯାଇଛି । ସେ ଅନେକ ଐତିହାସିକ ଘଟଣା ସମ୍ବଳିତ ପୁସ୍ତକର ରଚନା କରିଥିଲେ ଯାହା ସାରା ବିଶ୍ୱରେ ଚହଳ ସୃଷ୍ଟି କରିଥିଲା ​​| ଲାପିୟର ଭାରତର ସ୍ଵାଧୀନତା ଏବଂ ବିଭାଜନ ଉପରେ ଆଧାରିତ ‘ଫ୍ରିଡମ୍ ଅଫ୍ ମିଡନାଇଟ୍’ ପୁସ୍ତକର ରଚୟିତା ଥିଲେ। ଏଥିରେ ସହଲେଖକ ଭାବେ ତାଙ୍କୁ ସହଯୋଗ କରିଥିଲେ କଲିନ୍ସ । ଭାରତର ସ୍ଵାଧୀନତା ଇତିହାସ ଏବଂ ବିଭାଜନର ଭୟାବହତା ବିଷୟରେ ପ୍ରାମାଣିକ ପୁସ୍ତକ ମଧ୍ୟରେ ଏହାକୁ ଗଣନା କରାଯାଏ | ଏହାଛଡ଼ା କୋଲକାତାର ଜଣେ ରିକ୍ସା ଚାଳକର ଜୀବନୀ ଉପରେ ଆଧାରିତ ପୁସ୍ତକ ‘ସିଟି ଅଫ୍ ଜଏ’ ମଧ୍ୟ ଡୋମିନିକ୍ ଲାପିୟରଙ୍କ ଅନ୍ୟତମ ପ୍ରସିଦ୍ଧ ସୃଷ୍ଟି।

ଡୋମିନିକ୍ ଲାପିୟର୍ ୩୦ ଜୁଲାଇ ୧୯୩୧ରେ ଫ୍ରାନ୍ସର ଚାଟିଲେଲନ୍ ସହରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ୯୧ ବର୍ଷ ବୟସରେ ଦେହାନ୍ତ ହୋଇଥିବା ତାଙ୍କ ପତ୍ନୀ ଫ୍ରାନ୍ସର ଖବରକାଗଜ ଭାର-ମାଟିନଙ୍କୁ ସୂଚନା ଦେଇଛନ୍ତି ଅ । ସହ ଲେଖକ ଲ୍ୟାରି କଲିନ୍ସଙ୍କ ସହ ସେ ଭାରତର ସ୍ୱାଧୀନତା ଏବଂ ବିଭାଜନ ଉପରେ ଲେଖିଥିବା ‘ଫ୍ରିଡମ୍ ଅଫ୍ ମିଡନାଇଟ୍’ ନାମକ ପୁସ୍ତକ ସାରା ବିଶ୍ୱରେ ଆଦୃତ ହୋଇଥିଲା ​​| ଏହି ପୁସ୍ତକ ଭାରତର ସ୍ଵାଧୀନତା ଏବଂ ବିଭାଜନର ଇତିହାସର ଅନ୍ୟତମ ପ୍ରାମାଣିକ ପୁସ୍ତକ ଭାବେ ବିବେଚିତ | କଲିନ୍ସଙ୍କ ସହ ସେ ଲେଖିଥିବା ଅନ୍ୟ ପାଞ୍ଚଟି ପୁସ୍ତକ ମଧ୍ୟରୁ ଆଉ ଏକ ପ୍ରସିଦ୍ଧ ପୁସ୍ତକ ଥିଲା ‘ ଇସ୍ ପ୍ୟାରିସ୍ ବର୍ଣ୍ଣିଂ?’ ଉଭୟଙ୍କ ରଚିତ ୬ଟି ପୁସ୍ତକର ପ୍ରାୟ ୫୦ ନିୟୁତ କପି ବିକ୍ରି ହୋଇଥିଲା |

‘ସିଟି ଅଫ୍ ଜଏ’ ଥିଲା କୋଲକାତାର ଜଣେ ରିକ୍ସାବାଲାର କାହାଣୀ | ଲାପିୟରଙ୍କ ଅନ୍ୟ ଏକ ଉପନ୍ୟାସ “ସିଟି ଅଫ୍ ଜଏ” ୧୯୮୫ ରେ ପ୍ରକାଶିତ ହୋଇଥିଲା। ଲାପିୟରଙ୍କ ଏହି ପୁସ୍ତକ ଉପରେ ଆଧାରିତ ଏକ ଚଳଚ୍ଚିତ୍ର ମଧ୍ୟ ନିର୍ମାଣ ହୋଇଥିଲା ଯାହା ୧୯୯୨ରେ ମୁକ୍ତିଲାଭ କରିଥିଲା ​​|