Odia News Portal

ମୀରାବାଈଙ୍କୁ ଆଜିବନ ପିଜା ଯୋଗାଇବ ଡୋମିନସ

ହଙ୍ଗେରୀ: ଟୋକିଓ ଅଲମ୍ପିକରେ ଭାରତକୁ ପଦକ ଦେଇଛନ୍ତି ମୀରାବାଈ ଚାନୁ । ରୌପ୍ୟ ପଦକ ଜିତିଥିବା ମୀରାବାଈଙ୍କ ନିକଟକୁ ଛୁଟୁଛି ଶୁଭେଚ୍ଛାର ସୁଅ । ଏହାରି ଭିତରେ ତାଙ୍କ ଲାଗି ବଡ଼ ଅଫର ଦେଇଛି ଡୋମିନସ । କମ୍ପାନୀ ପକ୍ଷରୁ ଘୋଷଣା କରାଯାଇଛି କି, ମୀରାବାଈଙ୍କୁ ଆଜିବନ ପିଜା ଯୋଗାଇବ ।

କହିରଖୁ କି ଟୋକିଓ ଅଲମ୍ପିକରେ ଭାରତ ପାଇଁ ପ୍ରଥମ ପଦକ ହାସଲ କରିଥିବା ମୀରବାଇ ଚାନୁ ଏବେ ଗଣମାଧ୍ୟମରେ ଛାଇ ହୋଇଯାଇଛନ୍ତି । ଗାଁ ଠୁ ସହର ସବୁ ବର୍ଗର ଲୋକେ ମୀରାଙ୍କୁ ଶୁଭେଚ୍ଛା ଜଣାଇବାକୁ ଭୂଲି ନାହାନ୍ତି । ଏହାରି ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ରାଷ୍ଟ୍ରପତି ରାମନାଥ କୋବିନ୍ଦ ସମେତ ଅନେକ ନେତା ମୀରାବାଇଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ବଲିଉଡ ବାଦଶାହା ଅମିତାଭ ବଚନ, ଅଭିଶେକ ବଚନ, ସ୍ୱରା ଭାସ୍କର ସମେତ ଅନେକ କଳାବାର ବି ତାଙ୍କୁ ଭାରତର ତାରକା ବୋଲି ଅଭିହିତ କରିଛନ୍ତି ।