Odia News Portal

ଚିଙ୍ଗୁଡି ଘେରି ଜଗିବ ଡ୍ରୋନ୍

ଚିଲିକା ଓ ଭିତରକନିକାରେ ବେଆଇନ୍ ଚିଙ୍ଗୁଡ଼ି ଘେରି ସମ୍ପର୍କିତ ମାମଲା । ଡ୍ରୋନ କିଣିବା ପାଇଁ ରାଜସ୍ୱ ବିଭାଗ ସଚିବଙ୍କୁ ଲେଖାଯାଇଛି ଚିଠି । ଡ୍ରୋନ୍ ଦ୍ଵାରା ବେଆଇନ୍ ଚିଙ୍ଗୁଡ଼ି ଘେରି ଉପରେ ନଜର ରଖିହେବ ବୋଲି ହାଇକୋର୍ଟଙ୍କୁ ଆବେଦନକାରୀ ପ୍ରସ୍ତାବ ଦେଇଥିଲେ । ଏହାକୁ କାର୍ଯ୍ୟକାରୀ କରିବାକୁ ପୁରୀ ଓ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କୁ ହାଇକୋର୍ଟ ପୂର୍ବରୁ ନିର୍ଦ୍ଦେଶ ମଧ୍ୟ ଦେଇଥିଲେ । ଏନେଇ ହାଇକୋର୍ଟରେ ଜଣାଇଲେ କେନ୍ଦ୍ରାପଡ଼ା ଓ ପୁରୀ ଜିଲ୍ଲାପାଳ । ୧୬ ଜାନୁୟାରୀ ମାମଲାର ପରବର୍ତ୍ତୀ ଶୁଣାଣୀ ହେବ ।