Odia News Portal

ସିଲଭର ସିଟିରେ ପୁଣି ନକଲି ….

କଟକ: ସିଲଭର ସିଟି କଟକରେ ପୁଣି ନକଲି ଘିଅ କାରଖାନା ଠାବ । ମର୍କତନଗର ସେକ୍ଟର-୯ରେ ଚାଲିଥିଲା ବିନାୟକ ଘିଅ କାରଖାନା । ସେଠାରୁ ବିପୁଳ ପରିମାଣର ଅପମିଶ୍ରିତ ଘିଅ ଜବତ କରାଯାଇଛି । ଘିଅ ବୋଝେଇ ଅଟୋ ଜବତ ହୋଇଥିବା ବେଳେ ଅଟୋ ଚାଳକ ଗିରଫ ହୋଇଥିବା ସୂଚନା ମିଳିଛି । ବିନା ଲାଇସେନ୍ସରେ ଚାଲିଥିଲା ଏହି କାରଖାନା |

ସୂଚନାନୁଯାୟୀ, ଆଜି କଟକ ସିଡିଓ ସେକ୍ଟର-୯ରେ ଥିବା ଏକ ଅପମିଶ୍ରିତ ଘିଅ କାରଖାନାରେ ଚଢାଉ କରିଛି ପୋଲିସ । ଚଢାଉ ସମୟରେ ପୋଲିସକୁ ୨୭ଟିଣ ନକଲି ଘିଅ ଜବତ ହୋଇଛି । ସେହିପରି ଘଟଣାସ୍ଥଳରୁ ମାଲିକଙ୍କ ସମେତ ୨ଜଣ ଅଟକ ରଖି ପଚରାଉଚରା ଜାରି ରଖିଛି । କାରଖାନା ମାଲିକ ଦୀପକ ଅଗ୍ରୱାଲଙ୍କୁ ଅଟକ ରଖି ପୋଲିସ ପଚରାଉଚରା କରୁଛି ପୋଲିସ ।ଗତ କିଛି ମାସ ଧରି କଟକରେ ନକଲି ସାମଗ୍ରୀ ତିଆରି ଚାଲିଥିବା କାରଖାନା ଗୁଡିକରେ ମାରାଥନ୍ ଚଢାଉ ଜାରି ରଖିଛି ପୋଲିସ ।