Odia News Portal

କଟକରୁ ପୁଣି ନକଲି ଜର୍ଦ୍ଦା ଜବତ

କଟକ: ପୁଣି ନକଲି ଜର୍ଦ୍ଦା ଜବତ । ନକଲି ଜର୍ଦ୍ଦା ସହ ଗୁଟଖା ଓ ସତାବରୀ ଜବତ କରିଛି ପୋଲିସ । ମାଲଗୋଦାମ ଅଞ୍ଚଳରୁ ବିପୁଳ ପରିମାଣର ନକଲି ଜର୍ଦ୍ଦା ଜବତ କରିଛି ପୋଲିସ । ସୂଚନା ଅନୁଯାୟୀ, 2ଦିନ ହେଲା ଏହି ଗୋଦାମ ଉପରେ ନଜର ରଖିଥିଲା ମାଲଗୋଦାମ ଥାନା ପୋଲିସ । କିଛି ରାସାୟନିକ ପଦାର୍ଥ ଓ ପତ୍ର ମିଶାଇ ଏହି ଜର୍ଦ୍ଦା ତିଆରି କରାଯାଉଥିଲା । ଏହି ଘଟଣାରେ ସଂପୃକ୍ତ ସଂସ୍ଥାର କର୍ମଚାରୀଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରୁଛି । ଏହି ନକଲି ଜର୍ଦ୍ଦା କଟକ ଜିଲ୍ଲା ସମେତ ଆଖପାଖ ଜିଲ୍ଳାକୁ ଯୋଗାଣ ହେଉଥିବା କଟକ ଏସିପି ଜୋନ୍ -୧ ଅମରେନ୍ଦ୍ର ପଣ୍ଡାଙ୍କ ସୂଚନା ଦେଇଛନ୍ତି ।