Odia News Portal

ସିଲଭର ସିଟିରୁ ଜବତ ୪୦ କ୍ୱିଣ୍ଟାଲ ନକଲି ଚା’ ପତି

କଟକ : ନକଲି ସାମଗ୍ରୀର ହବ୍ ପାଲଟୁଛି କଟକ ସହର । କଟକ ସଦର ମୁକାମେଶ୍ୱର ଅଞ୍ଚଳରୁ ବିପୁଳ ପରିମାଣର ନକଲି ଚା ପତି ଜବତ ହୋଇଛି । ଆଜି କଟକ ସଦର ପୁଲିସ କୌଣସି ସୁତ୍ରରୁ ଖବର ପାଇଁ ଚଢାଉ କରି ଏହି ସବୁ ନକଲି ସାମଗ୍ରୀ ଜବତ କରିଛି । ଉକ୍ତ କମ୍ପାନିରେ ଚଢ଼ାଉ କରିଥିବା ବେ‌ଳେ ପ୍ରାୟ ୪୦ କ୍ୱିଣ୍ଟାଲ୍‌ରୁ ଅଧିକ ପରିମାଣର ନକଲି ଚା’ ପତି, ନାମୀଦାମୀ କମ୍ପାନିର ଲୋ‌ଗୋ, ଷ୍ଟିକର ଜବତ କରିବା ସହ ଜଣଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି । ଚା’ରେ ପତ୍ର ଓ କାଠ ଗୁଣ୍ଡ ମିଶାଇ ନକଲି ଚା’ ପତି ପ୍ରସ୍ତୁତ କରାଯାଉଥିଲା ବୋଲି ଅଭି‌ଯୋଗ ହୋଇଛି । ଘଟଣା ସ୍ଥଳରେ ପୁଲିସ୍‌ ପତ୍ର ଓ କାଠ ଗୁଣ୍ଡ ଜବତ କରିଛି ।

ସୂଚନାନୁଯାୟୀ , ଗତ କିଛି ଦିନ ହେବ କଟକର ବିିଭନ୍ନ ଅଞ୍ଚଳରୁ କମିସନରେଟ୍‌ ପୁଲିସ ନକଲି ସସ୍‌, ଗୁଟଖା, ସୋୟାବଡ଼ି, ମସଲା, ଘିଅ କମ୍ପାନି ଠାବ କରି ଚଢ଼ାଉ କରିଥିବା ବେ‌ଳେ ଆଜି କଟକ ସଦର ଥାନା ମୁକାମେଶ୍ୱର ଗ୍ରାମରେ ଏକ ନକଲି ଚା’ ପତି କମ୍ପାନି ଠାବ କରାଯାଇଛି। ବିଶେଷ ସୂତ୍ରରୁ ଖବର ପାଇ ସଦର ଥାନା ପୁଲିସ ଉକ୍ତ କମ୍ପାନିରେ ଚଢ଼ାଉ କରିଥିବା ବେଳେ ପ୍ରାୟ ୪୦ କ୍ୱିଣ୍ଟାଲ୍‌ରୁ ଅଧିକ ପରିମାଣର ନକଲି ଚା’ ପତି, ନାମୀଦାମୀ କମ୍ପାନିର ଲୋ‌ଗୋ, ଷ୍ଟିକର ଜବତ କରିବା ସହ ଜଣଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି ।