Odia News Portal

ବାଲି ମାଫିଆଙ୍କ ଘରେ ଇଡି ରେଡ୍ ,ଏକକାଳୀନ ୨ଟି ସ୍ଥାନରେ ୫ ଜଣିଆ ଟିମର ଚଢାଉ ଜାରି

ଗଞ୍ଜାମ ଜିଲ୍ଲାରେ ବାଲି ମାଫିଆଙ୍କ ଘରେ ଇଡି ରେଡ୍ । ଶେରଗଡ଼ ଅଞ୍ଚଳରେ ବାଲି ମାଫିଆ ତଥା ଠିକାଦାର ହୃଷୀକେଶ ପାଢ଼ୀଙ୍କ ଘର ଓ ଅଫିସରେ ଚଢ଼ାଉ । ପୈତୃକ ବାସଭବନରେ ମଧ୍ୟ ଚାଲିଛି ରେଡ୍ । ସେହିପରି ବ୍ରହ୍ମପୁର ଜୟପ୍ରକାଶ ନଗର ଓ ବ୍ରହ୍ମାନଗର ଅଞ୍ଚଳରେ ଚାଲିଛି ରେଡ୍ । ଏକକାଳୀନ ୨ଟି ସ୍ଥାନରେ ୩ ଜଣିଆ ଟିମର ଚଢାଉ ଜାରି ରହିଛି । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ ହେଉଥିବା ସୂଚନା ମିଳିଛି ।