Odia News Portal

ହାତୀ ଆକ୍ରମଣରେ ବୃଦ୍ଧା ମୃତ

ଅନୁଗୁଳରେ ପୁଣି ହାତୀ ମାରିଛି। ହାତୀ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ଜୀବନ ଯାଇଛି। ସୂଚନା ମୁତାବକ, ଅନୁଗୁଳ ବନାଞ୍ଚଳ କରତପଟା ସେକ୍ସନ କୁସୁମପାଟ ଗାଁରେ ସକାଳୁ ଅଭାବନୀୟ ଘଟଣା ଘଟିଛି। ଗାଁର ପ୍ରମିଳା ସାହୁ (୬୫) ସକାଳୁ ଘର ନିକଟରେ ଥିବା ଆମ୍ବ ବଗିଚାକୁ ଆମ୍ବ ଗୋଟାଇବାକୁ ଯାଇଥିବା ବେଳେ ହାତୀ ହାବୁଡ଼ରେ ପଡ଼ି ଯାଇଥିଲା।ହାତୀ ତାଙ୍କୁ ଶୁଣ୍ଢରେ ଟେକି କଚାଡ଼ି ଦେଇଥିଲା। ପାଟି ଶୁଣି ପରିବାର ଲୋକେ ସେଠାରେ ପହଞ୍ଚିବା ପରେ ବନ ବିଭାଗ ସହାୟତାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ଅନୁଗୁଳରେ ବାରମ୍ବାର ହାତୀ ଆକ୍ରମଣ ଘଟଣା ସାମ୍ନାକୁ ଆସୁଥିବା ବେଳେ ଲୋକେ ଭୟଭୀତ ଅଛନ୍ତି।