Odia News Portal

ରାଜ୍ୟ ନିର୍ବାଚନ ଆୟୋଗଙ୍କ ବଡ ଘୋଷଣା

ପୌର ଭୋଟରେ ପ୍ରଥମ ଥର ପାଇଁ ଲାଗୁହେବ ନୋଟା । ଅର୍ଥାତ୍ ଏଥିରେ ଭୋଟର କାହାକୁ ବି ଭୋଟ ଦେଇପାରିବେ ନାହିଁ । ଯେଉଁ ପ୍ରାର୍ଥୀମାନେ ରହିଥାନ୍ତି , ସେମାନେ ଭୋଟରଙ୍କ ହିସାବରେ ଯୋଗ୍ୟ ନା ନୁହଁନ୍ତି । ଯଦି ଯୋଗ୍ୟ ନୁହଁନ୍ତି ତାହେଲେ ଭାଟ ଦେଇପାରିବନି ଭୋଟର । ପୂର୍ବରୁ କେବଳ ବିଧାନସଭା ଏବଂ ଲୋକସଭା ଭୋଟ ବେଳେ ନୋଟା ବ୍ୟବସ୍ଥା ରହିଥିଲା । ରାଜ୍ୟ ନିର୍ବାଚନ କମିଶନର ସମ୍ବିଧାନର ଧାରା ୨୪୩ ଜେଡ୍ ଏ ଅନୁସାରେ କ୍ଷମତା ବଳରେ ପୌର ନିର୍ବାଚନରେ ନୋଟା ବ୍ୟବସ୍ଥା ଲାଗୁ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏଥିରେ ଉପରୋକ୍ତ ପ୍ରାର୍ଥୀଙ୍କ ମଧ୍ୟରୁ କେହି ନୁହଁନ୍ତି ଲେଖା ରହିବ । ଶେଷ ପ୍ରାର୍ଥୀଙ୍କ ନାଁ ପରେ ପ୍ୟାନେଲରେ ନୋଟା ଚିହ୍ନ ରଖାଯିବ । ଆଗାମୀ ପୌର ନିର୍ବାଚନ ପ୍ରସଙ୍ଗରେ ଗତକାଲି ସର୍ବଦଳୀୟ ବୈଠକରେ ନିର୍ବାଚନ କମିଶନ ଆଲୋଚନା କରିଥିଲେ । ଏଥର ପୌର ନିର୍ବାଚନରେ ପ୍ରାର୍ଥୀଙ୍କ ପାଇଁ ସତ୍ୟପାଠ ଦାଖଲ ବାଧ୍ୟତାମୂଳକ କରାଯାଇଛି । ସତ୍ୟପାଠରେ ସମ୍ପତ୍ତି ତାଲିକା, ଶିକ୍ଷାଗତ ଯୋଗ୍ୟତା, ଅପରାଧୀକ ମାମଲା ପ୍ରସଙ୍ଗରେ ପ୍ରାର୍ଥୀମାନେ ତଥ୍ୟ ଦେବେ । ସତ୍ୟପାଠ ତଥ୍ୟରେ ତ୍ରୁଟି ଥିଲେ ସମ୍ପୃକ୍ତ ପ୍ରାର୍ଥୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ହୋଇପାରିବ ।