Odia News Portal

ଆଜିଠୁ ଖୋଲିବ ଅଷ୍ଟମ ଶ୍ରେଣୀ

ଆଜିଠୁ ରାଜ୍ୟରେ ଖୋଲିବ ପ୍ରାଥମିକ ସ୍କୁଲ । ପ୍ରଥମେ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ କ୍ଲାସ୍ରୁମ୍ ପାଠ ପଢା ଆରମ୍ଭ ହେବ । ରାଜ୍ୟରେ ଥିବା ସମସ୍ତ ସରକାରୀ, ବେସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ଓଡ଼ିଆ ଓ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ଖୋଲିବ । ସକାଳ ୯ଟାରୁ ମଧ୍ୟାହ୍ନ ୧୨ଟା ୩୦ ପର୍ଯ୍ୟନ୍ତ ସ୍କୁଲ ଚାଲିବ । ୧୮ ମାସ ପରେ ସ୍କୁଲ ଖୋଲୁଥିବାରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବେଶ୍ ଉକ୍ରଣ୍ଠା ରହିଛି । ସ୍କୁଲକୁ ପରିଷ୍କାର ପରିଚ୍ଛନ କରାଯିବା ସହ ବିଶୋଧନ କରାଯାଇଛି । ପ୍ରଥମ ଦୁଇ ଦିନ ଅର୍ଥାତ୍ ଆଜି ଓ ଆସନ୍ତାକାଲି ପିଲାମାନଙ୍କ ମଧ୍ୟରେ ହସଖୁସି ଚାଲିବ ।

ଇତିମଧ୍ୟରେ ସ୍କୁଲଗୁଡ଼ିକୁ ପରିଷ୍କାର ପରିଚ୍ଛନ୍ନ ସହ ବିଶୋ‌ଧନ କରାଯାଇଛି। ବିଦ୍ୟାଳୟ ଖୋଲିବାର ପ୍ରଥମ ଦୁଇଦିନ ଯଥା ଅକ୍ଟୋବର ୨୫ ଓ ୨୬ରେ ପିଲାମାନଙ୍କ ମଧ୍ୟରେ ଆଲୋଚନା, ତର୍କ ପ୍ରତିଯୋଗିତା, ସଙ୍ଗୀତଗାନ, ଚିତ୍ରାଙ୍କନ, ମାଟି କାମ, କୋଭିଡ୍‌ ସମୟରେ କିପରି ବିତାଇଲ ତା’ ଉପରେ ଆଲୋଚନା ଅନୁଷ୍ଠିତ ହେବ। ଏହି ଦୁଇଦିନ କୌଣସି ପାଠପଢ଼ା ହେବ ନାହିଁ। ପିଲାମାନେ ମୁକ୍ତ ଭାବେ ବିଦ୍ୟାଳୟ ଭିତରେ ବୁଲିବା, ବିଭିନ୍ନ ପ୍ରଦର୍ଶନୀର ଆୟୋଜନ କରିବା, ବିଭିନ୍ନ ବସ୍ତୁ ସଂଗ୍ରହ କରି ଏହା ଉପରେ ଆଲୋଚନା ଇତ୍ୟାଦି କାର୍ଯ୍ୟକ୍ରମ କରିବେ।