Odia News Portal

ଚାନ୍ଦିପୁରରେ ହାତୀ ଆତଙ୍କ, ଭୟରେ ଘର ଛାଡି ଦୂରକୁ ପଳାଉଛନ୍ତି ଗାଁ ଲୋକ

ଗାଁରେ ହାତୀ, ଭୟଭୀତ ଗ୍ରାମବାସୀ । ବାଲେଶ୍ଵର ଚାନ୍ଦିପୁର ଛାଡି ଯାଉନି ହାତୀ । ହାତୀଙ୍କ ଉପଦ୍ରଵ ପାଇଁ ଗାଁରେ ଆତଙ୍କ ସୃଷ୍ଟି କରିଛି । ହାତୀ ସମସ୍ତଙ୍କୁ ହଇରାଣ କରୁଛି । ହିଡିଗାଁ ପଂଚାୟତ ଶାଳପଡାରେ ବୁଲୁଛି ହାତୀ । ଭୟରେ ଘରୁ ବାହାରିପାରୁନାହାନ୍ତି ଗାଁର କିଛି ଲୋକ । ଆଉ କିଛି ଭୟରେ ଘର ଛାଡି ଦୂରକୁ ପଳାଉଛନ୍ତି । ଏହାସହ କିଛି ଲୋକ ରାତି ଉଜାଗର ହୋଇ ହାତୀ ଘଉଡାଉଛନ୍ତି। ଚାନ୍ଦିପୁର ବନବିଭାଗ ଓ ପୋଲିସ ହାତୀର ଗତିବିଧି ଉପରେ ନଜର ରଖିଛନ୍ତି। ଏବେ ହାତୀଟି ଜଙ୍ଗଲ ଆଡକୁ ଯାଉଥିବା ସୂଚନା ମିଳିଛି ।ଅନ୍ୟପଟେ ଏମିତି ଅନେକ ଅଞ୍ଚଳରେ ହାତୀ ଆତଙ୍କ ଦେଖିବାକୁ ମିଳୁଛି । ନାହିଁ ନଥିବା ପରିସ୍ଥିତି ସୃଷ୍ଟି କରୁଛନ୍ତି ହାତୀ । ସମସ୍ତ ଅଞ୍ଚଳରେ ଏବେ ସଜାଗ ରହିଛନ୍ତି ସମସ୍ତ ବନବିଭାଗ ଓ ପୋଲିସକର୍ମୀ ।