Odia News Portal

ସୋର କେଦାରପୁର ପଂଚାୟତରେ ହାତୀ ଆତଙ୍କ 

ସୋର କେଦାରପୁର ପଂଚାୟତରେ ହାତୀଆତଙ୍କ ଦେଖିବାକୁ ମିଳିଛି। ବିଳମ୍ବିତ ରାତିରେ ହାତଟି ଗାଁ ମଝିରେ ବୁଲୁଥିବା ବେଳେ ଲୋକେ ଭୟଭୀତ ଅବସ୍ଥାରେ ଥିବା ଜଣାପଡିଛି। ରାତିରେ ଏକ ଦନ୍ତା ହାତୀ ହଠାତ କିଆରପୁର ଶାସନରେ ଦେଖିବାକୁ ମିଳିଥିଲା।ସ୍ଥାନୀୟ ଲୋକେ ହାତୀକୁ ଦେଖି ଛତ୍ରଭାଙ୍ଗ ଦେଇଥିଲେ। କିଛି ଯୁବକ ହାତୀକୁ ଘଉଡ଼ାଇ ଥିବା ଦେଖାଯାଇଥିଲା। ପରେ ହାତୀଟିକୁ କେଦାରପୁର ଓ ବାଳଙ୍ଗ ଅଞ୍ଚଳକୁ ଯାଉଥିବା ଦେଖିବାକୁ ମିଳିଥିଲା। ବିଳମ୍ବିତ ରାତିରେ ହାତୀକୁ ଦେଖି ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଥିବା ଜଣାପଡିଛି।