ଅବକାରୀ ବିଭାଗର ବଡ ସଫଳତା । କଣିଁହା ବ୍ଲକ ରେଙ୍ଗାଳି ପ୍ରୋଜେକ୍ଟ ଥାନା ଅନ୍ତର୍ଗତ ବଜ୍ରକୋଟ ଗାଁ ଜଙ୍ଗଲ ମଧ୍ଯରୁ ତାଳଚେର ଅବକାରୀ ଦଳ ଏବଂ ଅନୁଗୋଳ ଜିଲ୍ଲା ମୋବାଇଲ୍ ସ୍କ୍ବାର୍ଡ ମିଳିତ ଚଢ଼ାଉରେ ୭୩୮୦ କିଲୋଗ୍ରାମ ମହୁଆ ଫୁଲ ସହିତ ୪୪୦ ଲିଟର ମହୁଲ ପୋଚ ଜବତ । ସେଠାରେ ବିପୁଳ ପରିମାଣର ପୋଚ ଗୁଡିକୁ ନଷ୍ଟ କରିଛି । ଏହି ଚଢ଼ାଉରେ ତାଳଚେର ଅବକାରୀ ନିରୀକ୍ଷକ ଉମାକାନ୍ତ ସ୍ୱାଇଁ ଏବଂ ଅନୁଗୋଳ ଜିଲ୍ଲା ଅବକାରୀ ମୋବାଇଲ୍ ସ୍କ୍ବାର୍ଡ ନିରୀକ୍ଷକ ମାନସୀ ସାହୁଙ୍କ ନେତୃତ୍ୱରେ ଏହି ସଫଳତା ମିଳିଛି ।
