Odia News Portal

ଜବତ ହେଲା ୭ କୋଟିର ଜାଲ ନୋଟ

ମୁମ୍ବାଇ: ୭ କୋଟିର ଜାଲ୍ ନୋଟ ଜବତ । ନକଲି ୨ ହଜାର ଟଙ୍କିଆ ନୋଟ ସବୁ ଜବତ । ୫୦ ହଜାର କି ଲକ୍ଷେ ନୁହେଁ ଏକାବେଳେ ୭ କୋଟି ଟଙ୍କାର ନକଲି ନୋଟ ଜବତ କରିଛି ମୁମ୍ବାଇ ପୋଲିସ କ୍ରାଇମବ୍ରାଞ୍ଚ । ଏହି ମାମଲାରେ ୭ ଜଣଙ୍କୁ ଗିରଫ କରାଯାଇଛି ।
ଗିରଫ ୭ ଜଣଙ୍କୁ ଜାନୁଆରୀ ୩୧ ପର୍ୟ୍ୟନ୍ତ ରିମାଣ୍ଡରେ ନେଇଛି ମୁମ୍ବାଇ ପୋଲିସ କ୍ରାଇମବ୍ରାଞ୍ଚ୍ । ଗିରଫ ପରେ ସମସ୍ତଙ୍କୁ କୋର୍ଟରେ ହାଜର କରାଯାଇଥିଲା । ଜାନୁଆରୀ ୩୧ ପର୍ୟ୍ୟନ୍ତ ରିମାଣ୍ଡରେ ନେବାକୁ କୋର୍ଟ ଅନୁମତି ଦେଇଛନ୍ତି।