Odia News Portal

ଜାଣନ୍ତୁ ୨ ସପ୍ତାହର ତାଲାବନ୍ଦ୍ ଅବଧିରେ କଣ ରହିବ ଖୋଲା…

ଭୁବନେଶ୍ବର: ରାଜ୍ୟରେ ସଂକ୍ରମଣର ମାତ୍ରା ବୃଦ୍ଧି ପାଉଥିବା ସମୟରେ ଆଉ ୨ ସପ୍ତାହ ପର୍ଯ୍ୟନ୍ତ ଲକ୍ ଡାଉନ୍ ଅବଧିକୁ ବୃଦ୍ଧି କରାଯାଇଛି । ଲକଡାଉନ୍ ନିୟମ ଉଲ୍ଲଂଘନ କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି ।

ତେବେ ଲକଡାଉନ୍ ସମୟରେ ମାଲ୍ ପରିବହନ ଉପରେ କୌଣସି କଟକଣା ରହିବ ନାହିଁ, ଟେଷ୍ଟିଂ ଓ ଟିକାକରଣ ଚାଲିବ,ସକାଳ ୭ଟାରୁ ଦିନ ୧୧ଟା ଯାଏଁ ଲକ୍ ଚାଲି ଚାଲି ଅତ୍ୟାବଶ୍ୟକୀୟ ସାମଗ୍ରୀ କିଣି ପାରିବେ, ରାଜ୍ୟର ସମସ୍ତ ସ୍ୱାସ୍ଥ୍ୟସେବା ଅନୁଷ୍ଠାନ ଜାରି ରହିବ,ସମସ୍ତ ଔଷଧ ଦୋକାନ ଖୋଲା ରହିବ, କମ୍ପ୍ୟୁଟର ଏସି,କୁଳର,ମୋବାଇଲ୍ ଆଦି ରିପ୍ୟାର୍ ଦୋକାନ ଖୋଲା ରହିବ, ଗାଡ଼ି ମରାମତି ପାଇଁ ଗ୍ୟାରେଜ ଆଦି ଖୋଲା ରହିବ, ଛାତ୍ର ଛାତ୍ରୀଙ୍କ ନିମନ୍ତେ ପଢା ବହି ଦୋକାନ ଖୋଲା ରହିବ,କ୍ଷୀର ବିକ୍ରି ପାଇଁ ଓମଫେଡ୍ ଦୋକାନ ଖୋଲା ରହିବ କିନ୍ତୁ ଚା,କଫି ଆଦି ବିକ୍ରି କରାଯିବା ପାଇଁ ମନା କରା ଯାଇଛି, ରଡ୍, ଚିପ୍ସ, ସିମେଣ୍ଟ ଆଦି ନିର୍ମାଣ ଯୋଗ୍ୟ ସାମଗ୍ରୀ ଦୋକାନ ମଧ୍ୟ ଖୋଲା ରହିବ ।

ସେହିଭଳି ସିନେମା ହଲ୍, ମଲ୍, ମାର୍କେଟ୍, ଜିମ୍, ସ୍ୱିମିଂ ପୁଲ୍, ଥିଏଟର, ପାର୍କ, ବାର, ଯାତ୍ରା ସବୁ ବନ୍ଦ ରହିବ । ସେଲୁନ୍, ସ୍ପା, ବିଉଟି ପାର୍ଲର ବନ୍ଦ ରହିବ । ସମସ୍ତ ପ୍ରକାର ସାମାଜିକ, ରାଜନୀତିକ, ସାଂସ୍କୃତିକ, ଧାର୍ମିକ କାର୍ଯ୍ୟକ୍ରମ ଉପରେ ପ୍ରତିବନ୍ଧକ ଲାଗୁ କରାଯାଇଛି ।ସମସ୍ତ ମେଳା, ବୈଠକକୁ ବାତିଲ୍ କରାଯାଇଛି, ଭର୍ଚୁଆଲ୍ ବୈଠକ ହୋଇପାରିବ ।ବିବାହରେ ସର୍ବାଧିକ ୨୫ ଜଣ ସାମିଲ୍ ହୋଇପାରିବେ । ବର, କନ୍ୟା, ଅତିଥି ସମସ୍ତଙ୍କୁ ମିଶାଇ ସର୍ବାଧିକ ୨୫ ଜଣ ବାହାଘରରେ ଭାଗ ନେଇ ପାରିବେ ।ତେବେ ଭୋଜିଭାତ ବଦଳରେ କେବଳ ପ୍ୟାକେଟ୍ ମାଧ୍ୟମରେ ଖାଇବା ଦିଆଯିବ । ବିବାହ, ଅନ୍ତ୍ୟେଷ୍ଟି ଆଦି ସମସ୍ତ କାର୍ଯ୍ୟରେ କେହି ଖାଇ ପାରିବେ ନାହିଁ । କେବଳ ପ୍ୟାକେଟ୍ ଖାଦ୍ୟ ଦିଆଯାଇ ପାରିବ ।

ସେହିଭଳି ସରକାରୀ ଏବଂ ବେସରକାରୀ ଅଫିସ୍ ଗୁଡ଼ିକ ୧୦ ପ୍ରତିଶତ କାର୍ଯ୍ୟ କରିବ । ଅଧିକାଂଶ କର୍ମଚାରୀଙ୍କୁ ୱାର୍କ ଫ୍ରମ୍ ହୋମ୍ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।ଗ୍ରାମାଞ୍ଚଳରେ କରୋନା ବ୍ୟାପୁଥିବାରୁ ପଞ୍ଚାୟତିରାଜ ସଂସ୍ଥା ନିଜ ଅଞ୍ଚଳରେ ଅନ୍ୟ ଅଞ୍ଚଳରୁ ଆସୁଥିବା ଲୋକଙ୍କ ଉପରେ ନଜର ରଖିବେ ଆଶା କର୍ମୀ । ବାହାରୁ ଆସୁଥିବା ଲୋକଙ୍କୁ ହୋମ୍ ଆଇସୋଲେସନରେ ରହିବା ନେଇ ଗୁରୁତ୍ୱ ଦେବେ । ଘରକୁ ଘର ବୁଲି ୩ ମାସ ଯାଏ କ୍ୟାମ୍ପେନ୍ କରାଯିବ । କରୋନା ଲକ୍ଷଣ ଥିଲେ ଟେଷ୍ଟି କରାଯିବ ବୋଲି ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି ।