Odia News Portal

ବୁର୍ଲା ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ

ସଟ ସର୍କିଟ ଯୋଗୁ ବୁର୍ଲା ବଡ଼ ଡାକ୍ତରଖାନାରେ ଭୟାବହ ଅଗ୍ନିକାଣ୍ଡ। ଫିମେଲ୍ ମେଡିସିନ୍ ୱାର୍ଡ ସମ୍ମୁଖରେ ସର୍ଟ ସର୍କିଟ୍ ଯୋଗୁ ଭୟାବହ ଅଗ୍ନିକାଣ୍ଡ ଦେଖିବାକୁ ମିଳିଛି। ଗୁରୁବାର ରାତି ୧୦ଟ । ରେ ୱାର୍ଡ ବାହାରେ ଏହି ଅଗ୍ନିକାଣ୍ଡ ହୋଇଥିବାରୁ କାହାର କିଛି କ୍ଷତି ହୋଇ ନାହିଁ। କିନ୍ତୁ ଭୟାନକ ସ୍ପାର୍କିଂ ଓ ଲେଲିହାନ ଅଗ୍ନି ଶିଖା ଦେଖି ଡାକ୍ତରଖାନା ପରିସରରେ ଥିବା ଲୋକେ ଭୟଭୀତ ହୋଇ ପଡ଼ିଥିଲେ।
ଅଗ୍ନିକାଣ୍ଡ ଓ ସ୍ପାର୍କିଂ ବେଳେ ବିଦ୍ୟୁତ୍ ଖୁଣ୍ଟ ଓ ଟ୍ରାନ୍ସଫର୍ମର୍ରେ ଲାଗିଥିବା ଚିନାମାଟି କୁପରିବାହୀ ଗୁଡ଼ିକ ଫାଟି ବିସ୍ଫୋରଣ ଭଳି ଶବ୍ଦ ହୋଇଥିଲା ଓ ଏଣେତେଣେ ବିଛାଡ଼ି ତ ହୋଇ ପଡ଼ିଥିଲା। ଡାକ୍ତରଖାନାରେ ବିଦ୍ୟୁତ୍ କେବୁଲ୍ ଗୁଡ଼ିକ ଖୋଲା ହୋଇ ପଡ଼ିଥିଲା। ଲଗାଣ ବର୍ଷାରେ ପାଣି ପଶି ସର୍ଟସର୍କିଟ୍ ହୋଇ ଏଭଳି ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି।