Odia News Portal

ଏୟାର୍‌ ଇଣ୍ଡିଆ ଏକ୍ସପ୍ରେସ୍‌ ବିମାନ’ ଇଞ୍ଜିନ୍‌ରେ ନିଆଁ

ଆଜି ଆବୁଧାବିରୁ କାଲିକଟ୍‌ ଆସୁଥିବା ଗୋଟାଏ ‘ଏୟାର୍‌ ଇଣ୍ଡିଆ ଏକ୍ସପ୍ରେସ୍‌ ବିମାନ’ ଇଞ୍ଜିନ୍‌ରେ ନିଆଁ ଲାଗିଯିବାରୁ ତାହା ପୁନର୍ବାର ଆବୁଧାବି ବିମାନ ବନ୍ଦରକୁ ଫେରିଯାଇ ଜରୁରୀକାଳୀନ ଅବତରଣ କରିଥିବା କଥା ‘ଏଏନ୍‌ଆଇ’ ରିପୋର୍ଟ କରିଛି।

ଏୟାର୍‌ ଇଣ୍ଡିଆ ଏକ୍ସ‌ପ୍ରେସ୍‌ ବିମାନ ‘ଆଇଏକ୍ସ୩୪୮’ର ପାଇଲଟ୍‌ ନିଆଁ ଜଳୁଥିବା ଦେଖିବା ପରେ ବିମାନଟକୁ ଆବୁଧାବିକୁ ଫେରାଇ ନେଇଥିଲେ।

ବିମାନଟି ନିରାପଦରେ ଅବତରଣ କରିଛି ଓ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା କଥା ‘ଏୟାର୍‌ ଇଣ୍ଡିଆ ଏକ୍ସପ୍ରେସ୍‌’ ସୂଚନା ଦେଇଛି। ଉକ୍ତ ବିମାନରେ ସମୁଦାୟ ୧୮୪ଜଣ ଯାତ୍ରୀଥିଲେ। ବୈଷୟିକ ତ୍ରୁଟି ଯୋଗୁଁ ବିମାନର ଇଞ୍ଜିନ୍‌ଗୁଡ଼ିକ ମଧ୍ୟରୁ ଗୋଟିକରେ ନିଆଁ ଲାଗିଯାଇଥିଲା।