Odia News Portal

କୋଭିଡ ହସ୍ପିଟାଲରେ ଅଗ୍ନିକାଣ୍ଡ, ୧୦ ମୃତ

ନୂଆଦିଲ୍ଲୀ: ମହାରାଷ୍ଟ୍ରର ଅହମଦନଗରରେ ଏକ ବଡ଼ଧରଣର ଅଗ୍ନିକାଣ୍ଡ ଘଟିଛିି। ଏଠାରେ ଥିବା ସଭିଲ ହସ୍ପିଟାଲରେ ନିଆଁ ଲାଗିବା ହେତୁ ୧୦ଜଣ କରୋନା ରୋଗୀଙ୍କ ମୃତ୍ୟୁ ହୋଇଯାଇଛି। ଅହମଦନଗରର ଜିଲ୍ଲାପାଳ ରାଜେନ୍ଦ୍ର ଭୋସଲେ ଏହି ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି। ଏହି ନିଆଁ ସିଭିଲ ହସ୍ପିଟାଲର କରୋନା ୱାର୍ଡରେ ଲାଗିଥିଲା। ଦୁଃଖର ବିଷୟ ଅଗ୍ନିକାଣ୍ଡରେ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ୧୦ଜଣ କରୋନା ରୋଗୀ ପୋଡ଼ି ହୋଇଯିବାରୁ ତାଙ୍କର ମୃତ୍ୟୁ ହୋଇଯାଇଥିବା ବେଳେ ଅନ୍ୟ ୬ଜଣ ଗୁରୁତର ଅଛନ୍ତି। ସେମାନଙ୍କ ଚିକିତ୍ସାି ଜାରି ରହିଛି। ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଅଗ୍ନିକାଣ୍ଡର ଯାଞ୍ଚ ଆଦେଶ ଦେଇଛନ୍ତି।