Odia News Portal

ମହାରାଷ୍ଟ୍ର ଅଭିମୁଖେ ଅକ୍ସିଜେନ୍ ଏକ୍ସପ୍ରେସ୍

ଭୁବନେଶ୍ୱର : ଭାରତୀୟ ରେଳବାଇର ପ୍ରଥମ ଅକ୍ସିଜେନ୍ ଲୋଡ୍ ରୋଲ୍ ଅନ୍-ରୋଲ୍ ଅଫ୍ (ରୋରୋ) “ଅକ୍ସିଜେନ୍ ଏକ୍ସପ୍ରେସ୍” ଆଜି ସନ୍ଧ୍ୟାରେ ବିଶାଖାପାଟନମ୍ ର ରାଷ୍ଟ୍ରୀୟ ଇସ୍ପାତ ନିଗମ ଲିମିଟେଡ଼ରୁ ମହାରାଷ୍ଟ୍ର ଅଭିମୁଖେ ଯାତ୍ରା କରିଅଛି | ଏହା ପଶ୍ଚିମ ଭାରତର ବିଭିନ୍ନ ଅଞ୍ଚଳରେ ବିଭିନ୍ନ ଡାକ୍ତରଖାନା ଓ ରୋଗୀ ମାନଙ୍କୁ ସହାୟକ ହେବ |

ମହାରାଷ୍ଟ୍ରର କାଲାମ୍ବୋଲି ଗୁଡ଼ସଶେଡରୁ ସାତଟି ଖାଲି ଟ୍ୟାଙ୍କର୍ ଆଜି ସକାଳେ ବିଶାଖାପାଟନମ୍ ସ୍ଥିତ ରାଷ୍ଟ୍ରୀୟ ଇସ୍ପାତ ନିଗମ୍ ଲିମିଟେଡ୍ ରେ ପହଞ୍ଚିଥିଲା | ତରଳ ମେଡିକାଲ ଅମ୍ଳଜାନ (LMO) ସକାଳ ଠାରୁ ଟ୍ୟାଙ୍କରରେ ଭର୍ତ୍ତି କରାଯାଇଥିଲା | ପ୍ରତ୍ୟେକ ଟ୍ୟାଙ୍କରରେ 15 ଟନ୍ LMO ଭରାଯାଇଅଛି ଏବଂ ଟ୍ରେନ୍ ସନ୍ଧ୍ୟାରେ ମହାରାଷ୍ଟ୍ର ଆଡକୁ ଯାତ୍ରା ଆରମ୍ଭ କରିଛି | ପୂର୍ବ ତଟ ରେଳପଥ ୱାଲଟିୟର ରେଳମଣ୍ଡଳ ଏବଂ ରାଷ୍ଟ୍ରିୟ ଇସ୍ପାତ ନିଗମ ଲିମିଟେଡ୍ (RINL) ର ଅଧିକାରୀ ମାନଙ୍କ ମିଳିତ ପ୍ରୟାସ ଏହି ପ୍ରକଳ୍ପକୁ ସଫଳ କରିଛି। କୋଭିଡ ୧୯ ମହାମାରୀ ସମୟର ସାମ୍ପ୍ରତିକ ପରିସ୍ଥିତିରେ ଏହା ଅତ୍ୟନ୍ତ ଲାଭଦାୟକ ପ୍ରମାଣିତ ହେବ |

କୋଭିଡ -19 ବିରୋଧ ଲଢେଇରେ ରେଳବାଇ ଦେଶର ବିଭିନ୍ନ ସ୍ଥାନକୁ ଇସ୍ପାତ କାରଖାନା ମାନଙ୍କରୁ ଅମ୍ଳଜାନ ଯୋଗାଣ ପାଇଁ ଅମ୍ଳଜାନ ଏକ୍ସପ୍ରେସ ଚଳାଇବାକୁ ନିଜକୁ ପ୍ରସ୍ତୁତ କରିଛି | ମହାମାରୀ ସମୟରେ ଭାରତୀୟ ରେଳ ରାଷ୍ଟ୍ରର ସେବା ଜାରି ରଖିଛି |  ବର୍ତ୍ତମାନ ଦେଶର ବିଭିନ୍ନ ସ୍ଥାନକୁ ଅମ୍ଳଜାନ ପରିବହନ ପାଇଁ ନୂତନ ରୋଲ ଅନ୍-ରୋଲ୍ ଅଫ୍ (ରୋ-ରୋ) ସେବା ଦେଶର ବିଭିନ୍ନ ପ୍ରାନ୍ତକୁ ତରଳ ମେଡିକାଲ ଅକ୍ସିଜେନ ଚାହିଦା ପୂରଣ କରିପାରିବ |

ଗତ ବର୍ଷ ଲକ ଡାଉନ ସମୟରେ ରେଳବାଇ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ କରିଥିବା ସହିତ ଯୋଗାଣ ଶୃଙ୍ଖଳାକୁ ଅକ୍ଷୁର୍ଣ୍ଣ ରଖିଥିଲା ଏବଂ ଜରୁରୀକାଳୀନ ପରିସ୍ଥିତିରେ ରାଷ୍ଟ୍ରର ସେବା ମଧ୍ୟ ଜାରି ରଖିଥିଲା | ଏଥର ଅକ୍ସିଜେନ୍ ଏକ୍ସପ୍ରେସର ବିଭିନ୍ନ ସ୍ଥାନକୁ ଚଳାଚଳ କରାଇବା ରୋଗୀ ଏବଂ ବିଭିନ୍ନ ଡାକ୍ତରଖାନାକୁ ସାହାଯ୍ୟ କରିବ | ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଜେନେରାଲ୍ ମ୍ୟାନେଜର ଶ୍ରୀ ବିଦ୍ୟା ଭୂଷଣ ଏହି କାର୍ଯ୍ୟ ସମ୍ପାଦନ ପାଇଁ ମଣ୍ଡଳ ରେଳବାଇ ପ୍ରବନ୍ଧକ ଶ୍ରୀ ଚେତନ ଶ୍ରୀବାସ୍ତବଙ୍କ ନେତୃତ୍ୱରେ ୱାଲଟିୟର ରେଳମଣ୍ଡଳକୁ ଅଭିନନ୍ଦନ ଜଣାଇଛନ୍ତି |