Odia News Portal

ସେରମ୍ ଅଗ୍ନିକାଣ୍ଡରେ ୫ ଜଣଙ୍କ ମୃତ୍ୟୁ

ପୁଣେ: ଆଜି ପୁଣେସ୍ଥିତ ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ‌ରେ ନିଆଁ ଲାଗିଥିଲା। ତେବେ ଏହି ଅଗ୍ନିକାଣ୍ଡରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି | ନିଆଁକୁ ଆୟତ୍ତ କରିବା ପାଇଁ ଅଗ୍ନିଶମ ବିଭାଗର ପାଖାପାଖି ୧୦ଟି ଗାଡ଼ି ଘଟଣାସ୍ଥଳରେ ପହଞ୍ଚିଥିବା ବେଳେ ୬ ଜଣଙ୍କୁ ଉଦ୍ଧାର କରାଯାଇଥିଲା । ତେବେ ଉଦ୍ଧାର କରାଯାଇଥିବା ଆହତ ମାନଙ୍କୁ ପ୍ରଥମେ ହସ୍ପିଟାଲରେ ଭର୍ତ୍ତି କରାଯାଇ ଥିଲା ତେବେ ଉଦ୍ଧାର ଗୁରୁତରଙ୍କ ମଧ୍ୟରୁ ୫ ଜଣଙ୍କ ମୃତ୍ୟୁ ହୋଇଛି |

ତେବେ ୫ ଜଣଙ୍କ ମୃତ୍ୟୁ ବିଷୟରେ ପୁଣେ ମେୟର ମୁରଲୀଧର ମୋହଲ ସୂଚନା ପ୍ରଦାନ କରିଛନ୍ତି |ତାଙ୍କ କହିବା ଅନୁଯାୟୀ ଆମ ଯବାନ ୫ ଜଣଙ୍କ ମୃତ ଶରୀର ଠାବ କରିଛନ୍ତି | ତେବେ ପ୍ରଥମେ ଭିତରେ କେହି ଫସିରହିନଥିବା ନେଇ ସୂଚନା ମିଳିଥିବା ବେଳେ ପରେ ଭିତରେ କିଛି ଲୋକ ଫସିରହିଥିବା ନେଇ ଖବର ମିଳିଥିଲା ।ଅନ୍ୟପଟେ କମ୍ପାନିର ସିିିଇଓ ଅଦର ପୁନୱାଲା ଲୋକଙ୍କ ସୁରକ୍ଷା ଆଗ ଏବଂ କ୍ଷୟକ୍ଷତିର ଆକଳନ ପଛେ ବୋଲି କହିସାରିଛନ୍ତି । ନିଆଁକୁ ଆୟତ୍ତ କରାଯାଇଥିବା ବେଳେ ଏପର୍ଯ୍ୟନ୍ତ ନିଆଁ ଲାଗିବାର କାରଣ ଜଣାପଡ଼ି ପାରିନାହିଁ।