Odia News Portal

ବଢ଼ୁଛି ବ୍ରାହ୍ମଣୀ ଓ ଜଳକା ନଦୀର ଜଳସ୍ତର

ଭୁବନେଶ୍ୱର: ଲଘୁଚାପ ପ୍ରଭାବରେ ରାଜ୍ୟରେ ବାଦଲ ଫଟା ବର୍ଷା ହୋଇଥିଲା । ଲଗାଣ ବର୍ଷାରେ ବଢ଼ିଛି ଜଳସ୍ତର । ଜଳକା ଓ ବ୍ରାହ୍ମଣୀ ନଦୀର ଜଳସ୍ତର ବଢ଼ୁଛି । ନଦୀ ଫୁଲୁଥିବା ବେଳେ ପାଣି ଗାଁ ଗାାଁରେ ପଶୁଥିବା ମଧ୍ୟ ଦେଖିବାକୁ ମିଳୁଛି । ଏବେ ବି ଅନେକ ଲୋକ ପାଣିଘେରରେ ଫଶି ରହିଛନ୍ତି । ଯାଜପୁର ଜିଲ୍ଲା ଜେନାପୁରରେ ବ୍ରାହ୍ମଣୀ ନଦୀର ସତର୍କ ସଂକେତ ୨୨ ମିଟର ଥିବାବେଳେ ଏବେ ସେଠାରେ ୨୨ ଦଶମିକ ୬୩ ମିଟର ଉପରେ ପାଣି ପ୍ରବାହିତ ହେଉଛି ।

ଫୁଲିଛି ଜଳକା ନଦୀ। ବାଲେଶ୍ଵର ଜିଲ୍ଲା ବସ୍ତା ଅନ୍ତର୍ଗତ ମଥାନୀ ନିକଟରେ ଜଳସ୍ତର ବିପଦ ସଂକେତ ଉପରେ ରହିଛି । ମଥାନୀରେ ଏବେ ୬ ଦଶମିକ ୪୧ ମିଟର ବନ୍ୟା ପାଣି ପ୍ରବାହିତ ହେଉଛି। ସେଠାରେ ବିପଦ ସଂକେତ ରହିଛି ୫ ଦଶମିକ ୫ ମିଟର ।ସେହିପରି ମହାନଦୀ, ବ୍ରାହ୍ମଣୀ, ବୈତରଣୀ, ବୁଢ଼ାବଳଙ୍ଗ, ସୁବର୍ଣ୍ଣରେଖା, ରୁଷିକୂଲ୍ୟାର ନଦୀର ଜଳସ୍ତର ବି ବୃଦ୍ଧି ପାଉଛି । ମହାନଦୀରେ ନାରାଜ ନିକଟରେ ସତର୍କ ସଂକେତ ୨୫ ଦଶମିକ ୪୧ ମିଟର ରହିଥିବା ବେଳେ ଏବେ ୨୫ଦଶମିକ ୧୬ ମିଟର ଉପରେ ପ୍ରବାହିତ ହେଉଛି ବନ୍ୟା ପାଣି ।