Odia News Portal

WTC ଲାଗି ୧୧ ଜଣିଆଁ ଦଳ ବାଛିଲେ ଗାଭାସ୍କର, ଏହି ମହାନ ଖେଳାଳୀଙ୍କୁ ସ୍ଥାନ ମିଳିଲାନି

ସାଉଥମ୍ପଟନ୍‌: ଆସନ୍ତାକାଲି ବିଶ୍ୱ ଟେଷ୍ଟ ଚାମ୍ପିୟନସିପ ଖେଳିବ ଭାରତ । ନ୍ୟୁଜିଲାଣ୍ଡ ବିପକ୍ଷରେ ଏହି ମ୍ୟାଚ ଖେଳିବା ପୂର୍ବରୁ ବହୁ ପୂର୍ବତନ କ୍ରିକେଟରମାନେ ନିଜ ନିଜର ମତ ରଖିଛନ୍ତି । ତେବେ ଗାଭାସ୍କର ମନ ପସନ୍ଦର ୧୧ ଜଣିଆଁ ଟିମ୍ ବାଛିଛନ୍ତି । ଏହି ଟିମରେ ରୋହିତ ଶର୍ମା, ଶୁଭମନ ଗିଲ, ପୂଜାରା, ବିରାଟ, ରାହାଣେ, ପନ୍ଥ, ଅଶ୍ୱିନୀ, ଜାଡେଜା, ବୁମ୍ରା, ଇଶାନ୍ତ, ସାମି । ତେବେ ସେ ଯୁବ ବୋଲର ସିରଜଙ୍କୁ ଦଳରେ ସ୍ଥାନ ଦେଇନାହାଁନ୍ତି ।

ସେପଟେ ଗାଭାସ୍କର କହିଛନ୍ତି ନ୍ୟୁଜିଲାଣ୍ଡକୁ କଡ଼ା ଟକ୍କର ଦେବ ଭାରତ । ଭାରତୀୟ ଦଳର ଦୁଇ ସ୍ପିନର ଅଶ୍ୱିନୀ ଏବଂ ଜାଡେଜା କ୍ୱିଇ ବ୍ୟାଟ୍ସମ୍ୟାନଙ୍କୁ ଅଡ଼ୁଆରେ ପକାଇବେ । ୨୦୧୯ ବିଶ୍ୱକପର ବଦଲା ନେବ ଭାରତ । ସେପଟେ ଜିତିବା ଲାଗି ପ୍ରଥମ ଇନିଂସରେ ୩୫୦ ଉପରେ ସ୍କୋର କରିବାକୁ ପଡ଼ିବ । ନ୍ୟୁଜିଲାଣ୍ଡ ବୋଲରମାନେ ଭଲ ଖେଳ ପ୍ରଦର୍ଶନ କରିବେ ଏଣୁ ସେମାନଙ୍କ ବଲକୁ ଦେଖି ଚାହିଁ ଖେଳିବାକୁ ପଡ଼ିବ । ସେପଟେ ଯୁବରାଜ ସିଂ କହିଛନ୍ତି କି ବାୟୋବବଲସରେ ଖେଳିବା ଅତ୍ୟନ୍ତ କଷ୍ଟକରା ସେପଟେ ଇଂଲଣ୍ଡର ପୂର୍ବତନ ସ୍ପିନର ମଣ୍ଟି ପନେଚର କହିଛନ୍ତି କି ଅଶ୍ୱିନୀ ଦଳର ଗେମ ଚେଞ୍ଜର ହେବେ । ତେବେ ଏଠାରେ କିଏ ମ୍ୟାଚ ଜିତିବ ତାହା କହିବା କଷ୍ଟସାଧ୍ୟ ବ୍ୟାପାର । ଉଭୟ ଦଳ ଏବେ ଦମଦାର ଫର୍ମରେ ରହିଛନ୍ତି ।