Odia News Portal

ଶ୍ରୀଗଣେଶଙ୍କୁ ପ୍ରଶନ୍ନ କରିବାକୁ ଚଢ଼ାନ୍ତୁ ଏହିସବୁ ଭୋଗ

ଭୁବନେଶ୍ୱର: ଆଜି ହେଉଛି ପବିତ୍ର ଗଣେଶ ଚତୁର୍ଥୀ । ପୂଜା ପାଇବେ ବିଘ୍ନହର୍ତା ପ୍ରଭୁ ଶ୍ରୀଗଣେଶ । ଏନେଇ ଚାରିଆଡେ ଉତ୍ସବମୁଖର । ଏହି ପବିତ୍ର ପୂଜା ଅବସରରେ ଗଜାନନଙ୍କୁ ପ୍ରସନ୍ନ କରିବା ପାଇଁ ତାଙ୍କର ପ୍ରିୟ ୧୦ଟି ଭୋଗ ଲାଗି କରାଯାଇଥାଏ । ତେବେ ଆସନ୍ତୁ ଜାଣିବା ସେହି ୧୦ଟି ଭୋଗ ବିଷୟରେ..

ମୋଦକ: ଗଣେଣ ଚତୁର୍ଥୀ ଭଗବାନ ଗଣେଶଙ୍କର ଜନ୍ମତ୍ସବ ଦିନ । ସେଥିପାଇଁ ଏହିଦିନ ଗଣେଶଙ୍କ ପ୍ରିୟ ମୋଦକ ଭୋଗ ଲଗାଯାଇଥାଏ ।

ମୋତିଚୁର ଲଡ୍ଡୁ: ଏହି ଲଡ୍ଡୁ ଭଗବାନ ଗଣେଶଙ୍କର ଅତି ପ୍ରିୟ । ସେଥିପାଇଁ ଗଣେଶ ଚତୁର୍ଥୀ ଅବସରରେ ମୋତିଚୁର ଲଡ୍ଡୁ ପ୍ରସାଦରେ ଚଢାନ୍ତୁ ।

ବେସନ ଲଡ୍ଡୁ: ଭଗବାନ ଶ୍ରୀ ଗଣେଶଙ୍କର ବେସନ ଲଡ୍ଡୁ ମଧ୍ୟ ଅତି ପ୍ରିୟ ।

କ୍ଷୀର: ଏକ କଥାନୁସାରେ ମହାଦେବଙ୍କୁ ପାଇଁ ଯେତେବେଳେ ମାତା ପାର୍ବତୀ ଖୀର ରଖୁଥିଲେ ସେତେବେଳେ ଗଣେଶ ସେହି ଖୀରକୁ ପିଇ ଦେଉଥିଲେ । ସେଥିପାଇଁ ଗଣେଶ ଚତୁର୍ଥୀରେ ଖୀର ପ୍ରସାଦରେ ଚଢାଇବା ଉଚିତ୍ ।

ନଡିଆ: ଧାର୍ମିକ କାର୍ୟ୍ୟ ପାଇଁ ନଡିଆ ଶୁଭ । ସେଥିପାଇଁ ଗଣେଶ ପୂଜାରେ ନଡିଆ ଭୋଗ ଲଗାଇ ପାରିବେ ।

କଦଳୀ: ସନାତନ ଧର୍ମରେ କଦଳୀ ଭୋଗ ଉତ୍ତମ ଅଟେ । ସେଥିପାଇଁ ଗଣେଶ ଚତୁର୍ଥୀ କଦଳି ଭୋଗ ଲଗାଇପାରିବେ ।

ଖୀରି: ଗଣେଶ ଚତୁର୍ଥୀରେ ଖୀରି ବନେଇ ଭଗବାନଙ୍କୁ ପ୍ରସାଦରେ ଚଢାନ୍ତୁ ।

ହଳଦିଆ ରଙ୍ଗର ମିଠା: ଭଗବାନ ଗଣେଶଙ୍କ ପ୍ରିୟ ହେଉଛି ହଳଦିଆ ରଙ୍ଗର ମିଠା । ସେଥିପାଇଁ ଗଣେଶ ଚତୁର୍ଥୀରେ ଏହି ରଙ୍ଗର ମିଠା ଭୋଗରେ ଲଗାନ୍ତୁ