Odia News Portal

କଟକରେ ହେବ ଗଣେଷ ପୂଜା

ଭାଇଚାରାର ସହର କଟକରେ ହେବ ଗଣେଶ ପୂଜା । କରୋନା କାଳରେ କଟକରେ ଗଣେଶ ପୂଜାକୁ ମିଳିଛି ଅନୁମତି । ଏନେଇ ସୂଚନା ଦେଇଛନ୍ତି କଟକ ଜିଲ୍ଲାପାଳ । ତେବେ ମଣ୍ଡପରେ ଗଣେଶ ପୂଜା ହେଲେ ମଧ୍ୟ ଅଧିକ ଲୋକଙ୍କର ଯେପରି ସମାଗମ ନ ହେବ ସେଥିପ୍ରତି ଦୃଷ୍ଟି ଦିଆଯିବ । ଖୁବ୍ କମ ଲୋକରେ ଗଣେଶ ପୂଜା ପାଇଁ ଅନୁମତି ମିଳିଛି । ଗତବର୍ଷ ମଧ୍ୟ କମ ସଂଖ୍ୟକ ଲୋକରେ ଗଣେଶ ପୂଜା ହୋଇଥିଲା । ମଣ୍ଡପରେ କୌଣସି ସାଜସଜ୍ଜା ହୋଇନଥିବା ବେଳେ ଲୋକଙ୍କ ଗହଳି ମଧ୍ୟ ଦେଖିବାକୁ ମିଳିନଥିଲା । କେବଳ ପରମ୍ପରା ଅନୁଯାୟୀ ପୂଜାର ନୀତିକାନ୍ତି ହୋଇଥିଲା । କୌଣସି ଭକ୍ତଙ୍କୁ ମଣ୍ଡପ ଭିତରକୁ ପ୍ରବେଶ ଅନୁମତି ନଥିଲା ।  ଆଉ ଚଳିତଥର ଜିଲ୍ଲାପାଳଙ୍କ ଏଭଳି ଆଗୁଆ ସୂଚନା ପରେ ବିଭିନ୍ନ ପୂଜା ମଣ୍ଡପ ଗୁଡିକ ପକ୍ଷରୁ ପୂଜା ପ୍ରସ୍ତୁତି ଆରମ୍ଭ ହେବ । ତେବେ କୋଭିଡ ଗାଇଡଲାଇନର ଉଲ୍ଲଂଘନ ହେଲେ ଆବଶ୍ୟକ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରେ । ଏବେ କଟକରେ କରୋନା ସଂକ୍ରମଣ ସେତେଟା କମିନଥିଲେ ମଧ୍ୟ ପରମ୍ପରା ଦୃଷ୍ଟିରୁ ପୂଜା ପାଇଁ ଅନୁମତି ଦିଆଯାଇଛି ।