Odia News Portal

ମକର ବୁଡ଼କୁ ଯାଇ ଗଣଦୁଷ୍କର୍ମର ଶିକାର

ବାରିପଦା: ମକର ବୁଡ଼ ପକାଇବାକୁ ଯାଇ ଗଣଦୁଷ୍କର୍ମର ଶିକାର ଯୁବତୀ ।ବାରିପଦା ସହରର କାଳିକାପୁର ଅଞ୍ଚଳରେ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି । ମକର ବୁଡ଼ ନିମନ୍ତେ ଯୁବତୀ ଜଣକ ଆଜି ଭୋରରୁ ଘରୁ ଏକୁଟିଆ ନିକଟସ୍ଥ ନଦୀକୁ ବାହାରିଥିବା ଅବସ୍ଥାରେ ଘଟିଛି ଏହିଭଳି ଜଘନ୍ୟ ଘଟଣା । ଏନେଇ ଟାଉନ ଥାନାରେ ଅଭିଯୋଗ ହେବା ପରେ ପୋଲିସ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି।

ସୂଚନାନୁଯାୟୀ , ମକର ବୁଡ଼ ପକାଇବାକୁ ଆଜି ଭୋରରୁ ଯୁବତୀଜଣକ ଘରୁ ଏକୁଟିଆ ଘରପାଖ ନଦୀକୁ ବାହାରିଥିଲେ। ଏହାର ସୁଯୋଗ ନେଇ ଉକ୍ତ ସାହିର ୨ ଯୁବକ ତାଙ୍କୁ ପିଛା କରିଥିଲେ। ଏହାପରେ ନଦୀ ପଠାରେ ଯୁବତୀଙ୍କୁ ଏକୁଟିଆ ପାଇ ତାଙ୍କ ସହ ଗଣଦୁଷ୍କର୍ମ କରିଥିଲେ। ।ତେବେ ଯୁବତୀଜଣକ ଚିତ୍କାର କରିବାରୁ ସେମାନେ ସେଠାରୁ ଫେରାର ହୋଇଯାଇଥିଲେ। ଘରକୁ ଫେରି ଏନେଇ ଯୁବତୀଜଣକ ପରିବାର ଲୋକଙ୍କୁ କହିବା ପରେ ଥାନାରେ ଅଭିଯୋଗ କରିଥିଲେ ପରିବାର ଲୋକ । ତେବେ ଘଟଣା ନେଇ ପୋଲିସ‌ ତଦନ୍ତ ଆରମ୍ଭ କରି ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୨ ଅଭିଯୁକ୍ତଙ୍କୁ ଗିରଫ କରିଛି। ତେବେ ମକର ସଂକ୍ରାନ୍ତି ଭଳି ପବିତ୍ର ଦିନରେ ଏହି ଭଳି ଜଘନ୍ୟ ଘଟଣା ସମଗ୍ର ଅଞ୍ଚଳରେ ଚହଳ ପକାଇଛି |