Odia News Portal

ଗୋବିନ୍ଦ ସାହୁକୁ ଧରାଇଲେ ମିଳିବ ୨୦ ହଜାର ଟଙ୍କାର ପୁରସ୍କାର ରାଶି

କଳାହାଣ୍ଡି: ମହାଲିଙ୍ଗ ମିଷ୍ଟ୍ରି ଘଟଣାରେ ଗୋଟିଏ ପରେ ଗୋଟିଏ ଖବର ନଜରକୁ ଆସିଛି । ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଗୋବିନ୍ଦ ସାହୁ ପୋଲିସକୁ ଚକମା ଦେଇ ଯିବା ପରେ ବଢ଼ିଛି ସନ୍ଦେହ । ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କୁ ଧରାଇ ଦେଲେ ୨୦ ହଜାର ଟଙ୍କା ପୁରସ୍କାର ରାଶି ମିଳିବ। ଆଜି ବଲାଙ୍ଗିର ପୁଲିସ ପକ୍ଷରୁ ଏପରି ଘୋଷଣା କରାଯାଇଛି। ଏହା ସହ ସ୍କୁଲ ସଭାପତି ଗୋବିନ୍ଦଙ୍କୁ ମୋଷ୍ଟ ଓ୍ୱାଣ୍ଟେଡ୍ ଦର୍ଶାଇ ଫଟୋ ଜାରି କରିଛି ପୁଲିସ। ବିଭିନ୍ନ ସ୍ଥାନରେ ଗୋବିନ୍ଦଙ୍କ ପୋଷ୍ଟର ମାରିଛି ପୁଲିସ।

ଗୋବିନ୍ଦ ଟିଟିଲାଗଡ଼ ପୁଲିସ୍ ବ୍ୟାରେକ୍ରେ ଥିବା ବେଳେ ରବିବାର ରାତିରେ ହାତ ଧୋଇଯିବାକୁ କହି ଖସି ପଳାଇଥିଲେ। ଆଜି ସକାଳେ ମହାଲିଙ୍ଗ ହାଇସ୍କୁଲ ଷ୍ଟାଡିୟମ୍ରୁ ଏକ ଦଗ୍ଧ ମୃତଦେହ ଉଦ୍ଧାର କରାଯାଇଥିଲା। ମୃତଦେହଟି ନଷ୍ଟ ହୋଇଯାଇଥିବା ବେଳେ ଏହା କାହାର ତାହା ସ୍ପଷ୍ଟ ହୋଇପାରି ନାହିଁ।