Odia News Portal

ବିଜୁ ଯୁବ ଛାତ୍ର ଜନତା ଦଳର କର୍ମୀଙ୍କୁ ଭେଟିଲେ ଗୋପବନ୍ଧୁ

ବ୍ରହ୍ମପୁର: ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଗୋପାଳପୁର ନିର୍ବାଚନ ମଣ୍ଡଳୀ ଦାୟିତ୍ୱରେ ଥିବା ଗୋପବନ୍ଧୁ ଦାସଙ୍କ ସହ ବ୍ରହ୍ମପୁର ମହାନଗର ବିଜୁ ଯୁବ ଓ ଛାତ୍ର ଜନତା ଦଳ ସୌଜନ୍ୟମୂଳକ ସାକ୍ଷାତ କଲେ। ଏଥିରେ ବ୍ରହ୍ମପୁର ମହାନଗର ଯୁବ ସଭାପତି ଅଜିତ କୁମାର ପଣ୍ଡା, ମହାନଗର ଛାତ୍ର ସଭାପତି ଶୋଭନ କୁମାର ନାୟକ, ଗଞ୍ଜାମ ଜୋନ୍ ଛାତ୍ର ସଭାପତି ଜ୍ୟୋତି ରଞ୍ଜନ ସାହୁ, ନେତାଜୀ ପାତ୍ର, ତାପସ ସାହୁ, ପ୍ରଭାତ ସାହୁ, ଦୁର୍ଗା ଲାୟକ, ଆର୍ କାଶି, ଭଗବାନ ସାହୁ, ସୁଧୀର ନାୟକ, ଜିତେନ୍ଦ୍ର ସାହୁ, ନିଖିଲ ଚୌଧୁରୀ, ଶୀର୍ଷକ ପାତ୍ର, ରାଜେଶ ପଟ୍ଟନାୟକ, ଦୋଳରଞ୍ଜନ ନାୟକ, ଆକବର, ସାୟଦ ଅଲ୍ଲୀ, ଶୁଭମ୍ ପାଣିଗ୍ରାହୀ, ହୁସେନ୍, ବୁବୁ ମହାନ୍ତି ଏବଂ ଅନ୍ୟାନ୍ୟ ପ୍ରମୁଖ ବିଜୁ ପ୍ରେମୀ ଯୋଗ ଦେଇଥିଲେ।