Odia News Portal

କୋହଲିଙ୍କୁ ଗମ୍ଭୀରଙ୍କ ଚେତାବନୀ

ଦୁବାଇ: ଟି-୨୦ ବିଶ୍ୱକପରେ ଭାରତର ନୈରାଶ୍ୟଜନକ ପ୍ରଦର୍ଶନ ଲାଗି ଚାରିଆଡ଼େ ଚର୍ଚ୍ଚା । ଖେଳାଳୀଙ୍କ ସହ ସେମାନଙ୍କ ପରିବାରକୁ ମଧ୍ୟ ସମାଲୋଚନା କରୁଛନ୍ତି ପ୍ରଂଶସକ । ପାକିସ୍ତାନ ଏବଂ ନ୍ୟୁଜିଲାଣ୍ଡଠାରୁ ହାରିବା ପରେ ଆଜି ବିରାଟ କୋହଲି ବାହିନୀ ଆଫଗାନିସ୍ତାନକୁ ଭେଟିବ। ପ୍ରଥମ ଦୁଇଟି ମ୍ୟାଚ ହାରିଯିବା ପରେ ସେମିଫାଇନାଲ ଦୌଡ଼ରେ ଭାରତ ପଛରେ ରହିଛି। ତେଣୁ ସେମିଫାଇନାଲ ଆଶାକୁ ବଞ୍ଚାଇ ରଖିବା ପାଇଁ ଟିମ ଇଣ୍ଡିଆକୁ ଯେକୌଣସି ଭାବରେ ଏହି ମ୍ୟାଚ ଜିତିବାକୁ ପଡିବ। କିନ୍ତୁ ଆଫଗାନିସ୍ତାନର ଚ୍ୟାଲେଞ୍ଜ ନେବା ଟିମ ଇଣ୍ଡିଆ ପାଇଁ ସହଜ ହେବ ନାହିଁ। ଗୌତମ ଗମ୍ଭୀର କହିଛନ୍ତି କି, ଆଫଗାନିସ୍ତାନକୁ ସହଜ ଭାବିବା ମହଙ୍ଗା ପଡ଼ିପାରେ । ଆଫଗାନିସ୍ତାନ ବିପକ୍ଷ ମ୍ୟାଚରେ ଦଳକୁ ଜଗି ରଖି ଖେଳିବାକୁ ପଡ଼ିବ । ଏପରିକି ବଡ଼ ସ୍କୋରରେ ଦଳକୁ ବିଜୟୀ ହେବାକୁ ପଡ଼ିବ ।