Odia News Portal

ରାଜ୍ୟପାଳଙ୍କ ପତିତପାବନ ଦର୍ଶନ

ପୁରୀ: ସିଂହଦ୍ୱାରରେ ପତିତପାବନଙ୍କୁ ଦର୍ଶନ କଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । ଆଜିଠାରୁ ସର୍ବସାଧାରଣଙ୍କ ପାଇଁ ଖୋଲିଛି ଶ୍ରୀମନ୍ଦିର । ଏହାସହ ଜଗା ଦର୍ଶନର ସୁଯୋଗ ପାଇଛନ୍ତି ସାଧାରଣ ଭକ୍ତ । ତେବେ  ଆଜି ସର୍ବସାଧାରଣଙ୍କ ସହ ଜଗନ୍ନାଥ ଦର୍ଶନରେ ସାମିଲ ହୋଇଥିଲେ ରାଜ୍ୟପାଳ ଗଣେଶୀ ଲାଲ । ସିଂହଦ୍ୱାରରୁ ପତିତପାବନଙ୍କୁ ଦର୍ଶନ କରି ଫେରିଛନ୍ତି ରାଜ୍ୟପାଳ । ଏହାସହ ରାଜ୍ୟପାଳ ଶ୍ରୀଜିଉଙ୍କ ନିକଟରେ ରାଜ୍ୟବାସୀଙ୍କ ମଙ୍ଗଳ କାମନା କରିଛନ୍ତି । ଯଦିଓ ଶ୍ରୀମନ୍ଦିର ଭିତରକୁ ରାଜ୍ୟପାଳ ପ୍ରବେଶ କରି ନାହାନ୍ତି ତଥାପି ସିଂହଦ୍ୱାର ନିକଟରୁ  ପତିତପାବନଙ୍କୁ ଦର୍ଶନ କରି ଫେରିଛନ୍ତି ରାଜ୍ୟପାଳ । ତେବେ କରୋନା କଟକଣା କାରଣରୁ ଦୀର୍ଘ ୧୦ ମାସ ପରେ ମହାପ୍ରଭୁଙ୍କ ଦର୍ଶନ ପାଇବାରର ସୌଭାଗ୍ୟ ଲାଭ କରିଛନ୍ତି ସାଧାରଣ ଜନତା ।