Odia News Portal

ଦ୍ୱିତୀୟ ସନ୍ତାନର ପିତା ହେଲେ ଭଜି

ଅମୃତସର: ଭାରତୀୟ ଦଳର ସ୍ପିନର ହରଭଜନ ସିଂ ଦ୍ୱିତୀୟ ସନ୍ତାର ପିତା ହୋଇଛନ୍ତି । ଆଜି ତାଙ୍କର ଏକ ପୁତ୍ର ସନ୍ତାନ ଜନ୍ମ ନେଇଛି । ଭଜିଙ୍କ ପତ୍ନୀ ଅଭିନେତ୍ରୀ ଗୀତା ବାସ୍ରା ଏବଂ ତାଙ୍କ ନବଜାତ ପୁତ୍ର ସୁସ୍ଥ ରହିଛନ୍ତି । ପୂର୍ବରୁ ଭଜିଙ୍କ ଏକ ଝିଅ ଥିବା ବେଳେ ଆଜି ଏକ ପୁତ୍ର ସନ୍ତାନ ହୋଇଛି । ହରଭଜନ ତାଙ୍କ ଅଫିସିଆଲ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଫଟୋ ସେୟାର କରିଛନ୍ତି। ଯେଉଁଥିରେ ଲେଖା ଅଛି, ‘ଆମକୁ ଏକ ନୂଆ କୁନି ହାତର ସାହାରା ମିଳିଛି, ତାଙ୍କ ଭଲ ପାଇବା ଆମପାଇଁ ସୁନାଠାରୁ ବି ବଡ । ଆମର ହୃଦୟପୂର୍ଣ୍ଣ ଓ ଆମ ପରିବାର ସଂପୂର୍ଣ୍ଣ । ଭଗବାନଙ୍କୁ ଧନ୍ୟବାଦ ସେ ଆମକୁ ଏକ ସୁସ୍ଥ ଶିଶୁପୁତ୍ର ଦେଇଛନ୍ତି। ଉଭୟ ଗୀତା ଓ ଶିଶୁ ସୁସ୍ଥ ଅଛନ୍ତି।

ମାର୍ଚ୍ଚ ମାସରେ, ଗୀତା ବସ୍ରା ତାଙ୍କ ଗର୍ଭଧାରଣର ଏକ ଫଟୋ ସେୟାର କରି ପ୍ରଶଂସକମାନଙ୍କୁ ଏକ ଖୁସି ଖବର ଦେଇଥିଲେ। ପୁଅ ଜନ୍ମ ପୂର୍ବରୁ ଏହି ଦମ୍ପତିଙ୍କର ଏକ ପାଞ୍ଚ ବର୍ଷର ଝିଅ ମଧ୍ୟ ଅଛି । ଯାହାର ନାମ ହିନୟା ହିର ପ୍ଲାହା। ହରଭଜନ ଓ ଗୀତାଙ୍କ ବିବାହ ୨୦୧୫ ଅକ୍ଟୋବର ୨୯ରେ ହୋଇଥିଲା ।