Odia News Portal

ରାଜ୍ୟରେ ପୁଣି ବଢିଲା ଶୀତ ଥରିଲା ଓଡିଶା

ରାଜ୍ୟରେ ବଢିଲା ଜାଡ, ଥରିଲା ଓଡିଶା । ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଅନୁଯାୟୀ, ଓଡିଶା ର ୧୦ଟି ସହରର ରାତ୍ରି ତାପମାତ୍ରା ୧୦ ଡିଗ୍ରି ତଳେ ରହିଥିଲା। ଦାରିଙ୍ଗବାଡ଼ି ଏବଂ ଫୁଲବାଣୀ ସବୁଠାରୁ ଥଣ୍ଡା ସହର। ଏହି ଦୁଇ ସହରରେ ସର୍ବନିମ୍ନ ତାପମାତ୍ରା ୬ ଡିଗ୍ରି ରେକର୍ଡ କରାଯାଇଛି। ଏହାଛଡ଼ା କେନ୍ଦୁଝର, ଭବାନୀପାଟଣା ଓ ସୋନପୁର ସହରରେ ୮ ଡିଗ୍ରି, ଝାରସୁଗୁଡ଼ାରେ ୮.୪ ଡିଗ୍ରି ଏବଂ କୋରାପୁଟରେ ୯ ଡିଗ୍ରି, ନୟାଗଡ଼, ବଲାଙ୍ଗୀର ଓ ଅନୁଗୁଳରେ ୯ ଡିଗ୍ରି ରାତ୍ରି ତାପମାତ୍ରା ତାପମାତ୍ରା ରେକର୍ଡ ହୋଇଛି।
ଆଗାମୀ ୩୧ ତାରିଖରୁ ରାତ୍ରି ତାପମାତ୍ରା ବଢ଼ିବ ଏବଂ ଶୀତ ଲହରି ଦୂର ହେବ।ଓଡ଼ିଶା ମଧ୍ୟକୁ ଉତ୍ତର-ପଶ୍ଚିମ ତଥା ଉତ୍ତର ଦିଗରୁ କ୍ରମାଗତ ଭାବେ ଥଣ୍ଡା ଓ ଶୁଷ୍କବାୟୁ ପ୍ରବେଶ କରୁଛି। ଏହା ପ୍ରଭାବରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ରାତି ତାପମାତ୍ରା ସ୍ବାଭାବିକଠାରୁ ୩ରୁ ୫ ଡିଗ୍ରି ପର୍ୟ୍ୟନ୍ତ କମ୍ ରହିଛି। ଆସନ୍ତା ୨ ଦିନ ପର୍ୟ୍ୟନ୍ତ ଏମିତି ସ୍ଥିତି ଜାରି ରହିବ ଓ ପ୍ରବଳ ଶୀତ ଅନୁଭୂତ ହେବ। ଏହାର ପରବର୍ତ୍ତୀ ୨ ଦିନରେ ପାରଦ ୨ରୁ ୩ ଡିଗ୍ରି ଯାଏ ବୃଦ୍ଧି ଘଟିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।