Odia News Portal

୧୬ ତାରିଖ ଯାଏଁ ପ୍ରବଳ ବର୍ଷା ସମ୍ଭାବନା

ଭୂବନେଶ୍ୱର:ବର୍ଷାକୁ ନେଇ ଭୂବନେଶ୍ୱର ପାଣିପାଗ ବିଭାଗରୁୁ ସୂଚନା । ବଙ୍ଗୋପସାଗର ସୃଷ୍ଟ ଅବପାତ ପ୍ରଭାବରେ ରାଜ୍ୟରେ ବର୍ଷାର ସମ୍ଭାବନା ରହିଛି । ୧୩ ରେ ଆଉ ଏକ ଲଗୁଚାପ । ୧୬ ତାରିଖ ଯାଏଁ ଘଡଘଡି ସହ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭବନା ରହିଛି । ସୂଚନା ମୁତାବକ ଗଞ୍ଜାମ, ଗଜପତି, ରାୟଗଡା, ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି , କନ୍ଧମାଳ, ନୟାଗଡ,କଟକ, ଖୋର୍ଦ୍ଧା, ଜଗତସିଂହପୁର, ଢେଙ୍କାନାଳ, କେନ୍ଦ୍ରାପଡା ଆଦି ଜାଗାରେ ପ୍ରବଳରୁ ଅତି ପ୍ରବଳ ବେଗରେ ବର୍ଷା ହେବାର ସମ୍ଭାବନା ରହିଛି । ଲଘୁଚାପ କ୍ଷେତ୍ରର ଗତି ପଶ୍ଚିମ ଉତରପଶ୍ଚିମ ଦିଗକୁ ରହିଥିବାର ଖବର ଆସିଛି । ଆସନ୍ତା ୪୮ ଘଂଟା ଭିତରେ ବର୍ଷାର ବେଗ ଅଧିକ ଘନୀଭୂତ ହେବାର ସମ୍ଭାବନା ରହିଛି । ଏନେଇ ଭୂବନେଶ୍ୱର ଆଂଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।