Odia News Portal

ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ ପ୍ଲେଟ ଲଗାଇବାରେ ଓଡ଼ିଶା ଆଗୁଆ

ଗାଡ଼ିରେ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍‍ ପ୍ଲେଟ୍‍- ଏଚ୍‍ଏସ୍‍ଆରପି ଲଗାଇବା କ୍ଷେତ୍ରରେ ଓଡ଼ିଶା ଉଲ୍ଲେଖନୀୟ ସଫଳତା ପାଇଛି। ମାତ୍ର ୬ ମାସ ଭିତରେ ୩୩ ଲକ୍ଷରୁ ଅଧିକ ଗାଡ଼ିରେ ଏହି ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍‍ ପ୍ଲେଟ୍‍ ଲଗାଇବା ପାଇଁ ଆବେଦନ ହୋଇଛି। ସେଥିମଧ୍ୟରୁ ୨୦ ଲକ୍ଷ ଗାଡ଼ିରେ ରେଜିଷ୍ଟ୍ରେସନ୍‍ ପ୍ଲେଟ୍‍ ଲଗାସରିଛି। ରାଜ୍ୟରେ ୫ ହଜାରରୁ ଅଧିକ କେନ୍ଦ୍ରରେ ବର୍ତ୍ତମାନ ଫିଟ୍‍ମେଣ୍ଟ୍‍ କାମ ଜାରି ରହିଛି। ରବିବାରକୁ ଛାଡି ସପ୍ତାହର ଅନ୍ୟ ଦିନରେ ନମ୍ବର ପ୍ଲେଟ୍‍ ଲଗାଯାଉଛି। ସୋସାଇଟି ଅଫ୍‍ ଇଣ୍ଡିଆନ୍‍ ଅଟୋମୋବାଇଲ ମ୍ୟାନୁଫାକଚର୍ସର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପି.କେ ବାନାର୍ଜୀ ଓଡ଼ିଶା ସରକାରଙ୍କର ଏହି ଉପଲବ୍ଧିକୁ ପ୍ରଶଂସା କରି କହିଛନ୍ତି । ୬ ମାସରେ ଯାହା ଓଡ଼ିଶା କରିପାରିଛି, ତାହା ଅନ୍ୟ ରାଜ୍ୟମାନେ ବର୍ଷ ବର୍ଷ ଧରି କରିପାରିନାହାନ୍ତି ବୋଲି ସେ କହିଛନ୍ତି ।