Odia News Portal

ରାଜଧାନୀରେ ପୁଣି ହିଟ୍ ଆଣ୍ଡ ରନ୍ ଆତଙ୍କ, ଅଟୋକୁ ଧକ୍କା ଦେଇ ୬୦ ମିଟର ଘୋଷାଡି ନେଲା

ରାଜଧାନୀରେ ପୁଣି ହିଟ୍ ଆଣ୍ଡ ରନ୍ ଆତଙ୍କ। କଟକ-ପୁରୀ ବାଇପାସ୍ ରୋଡ୍ ପାଣ୍ଡରା ଛକ ନିକଟରେ ଭୟଙ୍କର ଦୁର୍ଘଟଣା ।  ଯାତ୍ରୀବାହୀ ଅଟୋକୁ ପଛପଟୁ ଧକ୍କା ଦେଲା ଟ୍ରକ ।  ଧକ୍କା ଦେବା ପରେ ଅଟୋକୁ ୫୦ରୁ ୬୦ ମିଟର ପର୍ଯ୍ୟନ୍ତ ଟ୍ରକଟି ଘୋଷାଡି ନେଇଥିଲା ।  ପରେ ଅଟୋଟି ଭାରସାମ୍ୟ ହରାଇ ଜାତୀୟ ରାଜପଥ ତଳକୁ ଖସିପଡିବା ସହ ଏକ ଦୋକାନ ଭିତରକୁ ପଶିଯାଇଥିଲା ।  ଅଟୋରେ ଥିବା ଯାତ୍ରୀ ଗୁରୁତର ହୋଇଛନ୍ତି ।  ସେମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଦୁର୍ଘଟଣା ପରେ ଫେରାର ହେବାକୁ ଉଦ୍ୟମ କରୁଥିବାବେଳେ ପୁଣି ଜଣେ ବାଇକ ଆରୋହୀଙ୍କୁ ଧକ୍କା ଦେଇଥିଲା ଟ୍ରକ ।  ପରେ ଟ୍ରକକୁ ଗୋଡାଇ ଗୋଡାଇ କାବୁ କରିଥିଲେ ସ୍ଥାନୀୟ ଲୋକ ।  ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଲାଗି ରହିଛି ।  ଟ୍ରକ ଡ୍ରାଇଭରକୁ ଅଟକ ରଖି ତଦନ୍ତ କରୁଛି ପୋଲିସ  ।