Odia News Portal

ଏସିଆନ୍ ଚାମ୍ପିୟନ୍ଶିପ୍ ହକି: ଭାରତ ବିଜୟ

ଏସିଆନ୍ ଚାମ୍ପିୟନଶିପ୍ରେ ଭାରତର ଭଲ ପ୍ରଦର୍ଶନ ଜାରି ରହିଛି। ମ୍ୟାଲେସିଆ ସହ ମ୍ୟାଚ୍ ଡ୍ର ରଖିଥିବା ଟିମ୍ ଇଣ୍ଡିଆର ପୁରୁଷ ହକି ଦଳ ବୁଧବାର ପୁଣି ଥରେ ବିଜୟ ଟ୍ରାକ୍କୁ ଫେରିଛି। ଗତକାଲି ଟିମ୍ ଇଣ୍ଡିଆ ପ୍ରତିପକ୍ଷ କୋରିଆକୁ ୪-୧ ଗୋଲ୍ରେ ପରାସ୍ତ କରିଛି।
ଏହି ମ୍ୟାଚ୍ର ହିରୋ ଥିଲେ ହରମନପ୍ରୀତ୍ ସିଂହ। ସେ ଏକାକୀ ୩ଟି ଗୋଲ୍ ଦେଇ ଭାରତର ବିଜୟରେ ହିରୋ ବନି ଯାଇଥିଲେ।
ଆରମ୍ଭରୁ ଭାରତର ପ୍ରାଧ୍ୟାନ୍ୟ ଦେଖିବାକୁ ମିଳିଥିଲା। ମ୍ୟାଚ୍ର ୪ର୍ଥ ମିନିଟରେ ହରମନପ୍ରୀତ୍ ପ୍ରଥମ ଗୋଲ୍ ଦେଇ ଦଳକୁ ୧-୦ର ଅଗ୍ରଣୀ ଦେଇଥିଲେ। ଏହାପରେ ସେ ୪୭ତମ ଓ ୫୯ତମ ମିନିଟ୍ରେ ଆଉ ଦୁଇଟି ଗୋଲ୍ ଦେଇଥିଲେ। ସେହିପରି ଗୁରଜନ୍ତ ସିଂହ ମ୍ୟାଚ୍ର ୧୦ମ ମିନିଟ୍ରେ ଗୋଲ୍ ଦେଇଥିଲେ।
କୋରିଆ ତରଫରୁ ମ୍ୟାଚ୍ର ଦ୍ୱିତୀୟ କ୍ୱାର୍ଟରରେ ଏକମାତ୍ର ଗୋଲ୍ ହୋଇଥିଲା। ତେବେ ମ୍ୟାଚ୍ ଆରମ୍ଭରୁ କୋରିଆ ଟିମ୍ ଚାପରେ ଥିବା ପରି ଲାଗୁଥିଲା।
ହରମନପ୍ରୀତ୍ଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ପୁରସ୍କାର ଦିଆଯାଇଥିଲା।
ସୂଚନାଯୋଗ୍ୟ, ୫ଟି ମ୍ୟାଚ୍ରୁ ୪ଟି ଜିତିଥିବା ଭାରତୀୟ ଟିମ୍ ଶୀର୍ଷ ସ୍ଥାନରେ ରହିଛି। ଦଳ ପୂର୍ବରୁ ସେମିଫାଇନାଲରେ ପହଞ୍ଚି ସାରିଛି।