Odia News Portal

ପଢ଼ନ୍ତୁ ‘ଆଶିର୍ବାଦ’ ଯୋଜନା ଲାଗି କିପରି ଚୟନ ହେବେ ହିତାଧିକାରୀ

ଭୁବନେଶ୍ୱର: ରାଜ୍ୟରେ ଆରମ୍ଭ ହୋଇଛି ଆଶିର୍ବାଦ ଯୋଜନା । ବାପା ମାଙ୍କୁ ହରାଇଥିବା ଅନାଥ ଶିଶୁମାନେ ଏହି ଯୋଜନାରେ ଅନ୍ତର୍ଭୁକ୍ତ ହେବେ । ଏମାନଙ୍କ ଲାଗି ସରକାର ୨୫ଶହ ଟଙ୍କା ଲେଖାଏଁ ମାସକୁ ପ୍ରଦାନ କରିବେ । ସେପଟେ ପରିବାର ମୁଖ୍ୟଙ୍କୁ ହରାଇଥିବା ଅନାଥମାନେ ମାସିକ ୧୫ ଶହ ଟଙ୍କା ଲେଖାଏଁ ପାଇବେ । ସରକାରଙ୍କ ଅନ୍ୟ ଯୋଜନାରେ ଗୁଡିକ ମାଧ୍ୟମରେ ମଧ୍ୟ ଉପଲବ୍ଧ ପାଇବେ । ତେବେ ଜାଣନ୍ତୁ କେମିତି ଆପଣ ଏହି ଯୋଜନାର ଅନ୍ତର୍ଭୁକ୍ତ ହେବେ ।

‘ଆଶୀର୍ବାଦ’ ଯୋଜନାର ହିତାଧିକାରୀଙ୍କୁ ଚୟନ କରିବାକୁ ମୁଖ୍ୟମନ୍ତ୍ରୀ ଦେଇଛନ୍ତି ଗୁରୁଦାୟିତ୍ୱ ।District child protection unit , childline , ତଥା ପଞ୍ଚାୟତ ସ୍ତରୀୟ କମିଟି ବ୍ଲକ କମିଟି frontline worker civil societyଚ୍ ଜରିଆରେ ପିଲାଙ୍କୁ ଚିହ୍ନଟ କରି ତାଲିକା ପ୍ରସ୍ତୁତ କରିବେ । ଏହି ଯୋଜନା ପାଇଁ ଯୋଗ୍ୟ ପିଲା ବା ତାଙ୍କ ଦାୟିତ୍ୱ ନେଇ ଥିବା ଆତ୍ମୀୟ ମାନେ ମଧ୍ୟ ମୃତ୍ୟୁ ପ୍ରମାଣ ପତ୍ର ସହ DCPUଙ୍କୁ ଆବେଦନ କରିପାରିବେ ।ଅସମୟରେ ବାପା ମାଆଙ୍କୁ ହରାଇ ଥିବା ଜଣେ ବି ଅସହାୟ ଶିଶୁ ଯେପରି ଏ ଯୋଜନା ରୁ ବାଦ୍ ନପଡ଼ନ୍ତି ତାହା ସୁନିଶ୍ଚିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଜିଲ୍ଲା ପାଳ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିପାଇଁ ନିୟମିତ ଭାବରେ ପ୍ରତି ବର୍ଷ special drive କରିବା ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।